ସ୍ୱାସ୍ଥ୍ୟ

ବାସି ଭାତ ଖାଉଥିଲେ ସାବଧାନ! ଆପଣଙ୍କ ଅଜାଣତରେ ହେଉଛି ବଡ଼ କ୍ଷତି, ଆଗକୁ ଭୋଗିବେ ଏହି ସମସ୍ୟା, ଆଜିଠୁ ଖାଇବା ଛାଡ଼ନ୍ତୁ

କଣ ଆପଣ ବି ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତତା ହେତୁ ଅବା ଅନ୍ୟ କେଉଁ କାରଣରୁ ଅନେକ ସମୟରେ ବାସି ଖାଦ୍ୟ ଖାଉଛନ୍ତି । ତେବେ ଏହା ଖାଇବା ତୁରନ୍ତ ବନ୍ଧ କରି ଦିଅନ୍ତୁ । ସ୍ବାସ୍ଥ୍ୟ ଠାରୁ ବଡ଼ ଆଉ କୌଣସି ଜିନିଷ ନୁହେଁ । ତେବେ ବାରମ୍ବାର ଏପରି ବାସି ଖାଦ୍ୟ ଖାଇବା ଦ୍ବାରା କିଛି ହୋଇପାରେ ଏମିତି ଜାଣନ୍ତୁ ।

ବିଶେଷ କରି ଓଡ଼ିଶାରେ ସାଧାରଣତଃ ଅନେକ ଲୋକ ପଖାଳ ପ୍ରତି ବେଶ୍ ଆକର୍ଷିତ ଥାନ୍ତି ଏବଂ ବିଶେଷ କରି ଗୋଟିଏ ଦିନରେ ବାସି ପଖାଳର ମଜା କିଛି ଅଲଗା ଥାଏ । ହେଲେ ବୈଜ୍ଞାନିକଙ୍କ ସନ୍ଧାନରୁ ଜଣା ପଡିଛି ଯେ ଏପରି ଖାଦ୍ୟ ଖାଇବା ଦ୍ବାରା ଆପଣ ବିଭିନ୍ନ ରୋଗର ଶିକାର ହୋଇ ପାରନ୍ତି । ଏପରିକି ଆପଣଙ୍କୁ ହାର୍ଟ ଆଟାକ ହେବାର ସମ୍ଭାବନା ବଢି ଯାଇଥାଏ ।

ମଞ୍ଚେଷ୍ଟର ଏବଂ ସାଲ୍ଫୋଡ ୟୁନିଭର୍ସିଟି ଦ୍ୱାରା ହୋଇଥିବା ଏକ୍ସପେରିମେଣ୍ଟରୁ ଜଣା ପଡିଛି ଯେ, ଚାଉଳ ମାଟିରେ ହୋଇଥାଏ । ସେଥିରେ ଆର୍ସେନିକ୍ ପରିମାଣ ସାଧାରଣ ଠାରୁ ଅଧିକ ରହିଥାଏ ଏବଂ ଏହାର ପରିମାଣ ଅଧିକ ବଢି ମଧ୍ୟ ଥାଏ । କାରଣ ଧାନ ଚାଷ ଅଧିକ ପାଣି ଆବଶ୍ୟକ କରିଥାଏ । ଅନେକ ଦିନ ଧରି ଧାନ ପାଣିରେ ବୁଡି ରହିଥାଏ ।

ଯେଉଁଥି ପାଇଁ ଏଥିରେ ଆର୍ସେନୀକ୍ ପରିମାଣ ବଢ଼ିଥାଏ ଏବଂ ଯେତେବେଳେ ଏହି ଆର୍ସେନିକ ଅନ୍ୟ ପଦାର୍ଥ ସଂସ୍ପର୍ଶରେ ଆସେ ତେବେ ସେତେବେଳେ ହୃଦ୍ ଘାତର କାରଣ ହୋଇଥାଏ । ବିଶେଷ କରି ବାସି ଭାତରେ ବହୁ ଦ୍ରୁତ ଗତିରେ ଜୀବାଣୁ ମାନେ ନିଜର ବଂଶ ବିସ୍ତାର କରିଥାନ୍ତି । ତେବେ ଏପରି ଖାଦ୍ୟ ସବୁଠାରୁ ଦୂରେଇ ରହିବା ସ୍ବାସ୍ଥ୍ୟ ପ୍ରତି ଅତ୍ୟନ୍ତ ଶୁଭ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button