ମନୋରଞ୍ଜନ

ଝଲକ୍‌ ଦିଖ୍‌ଲା ଯା ୧୧’ର ବିଜୟିନୀ ହେଲେ ମନୀଷା ରାଣୀ; ପାଇଲେ ଟ୍ରଫି ଓ ୩୦ ଲକ୍ଷ ଟଙ୍କା – Kalinga News

[ad_1]

ନୂଆଦିଲ୍ଲୀ: ‘ଝଲକ୍‌ ଦିଖ୍‌ଲା ଯା ୧୧’ର ବିଜୟିନୀ ମନୀଷା ରାଣୀଙ୍କୁ ୩୦ ଲକ୍ଷ ଟଙ୍କା, ଟ୍ରଫି ଓ ତାଙ୍କ କୋରିଓଗ୍ରାଫର୍‌ ଆଶୁତୋଷ ପାୱାର୍‌ଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିଛି।

ଶନିବାର ଦିନ ‘ସୋନି ଟେଲିଭିଜନ୍‌’ରେ ଏହି ସୋ’ର ଚୂଡ଼ାନ୍ତ ଏପିସୋଡ୍‌ ପ୍ରସାରଣ ହୋଇଥିଲା। ଏହାଛଡ଼ା, ଦୁହିଁଙ୍କୁ ୟାସ୍‌ ଦ୍ବୀପ ଓ ଆବୁଧାବିକୁ ବୁଲାଇ ନିଆଯିବ।

‘ଝଲକ୍‌ ଦିଖ୍‌ଲା ଯା’ ୧୧ଶ ସିଜନ୍‌ର ଶ୍ରେଷ୍ଠ ଫାଇନାଲିଷ୍ଟ୍‌ମାନଙ୍କ ମଧ୍ୟରେ ଥିଲେ ‘ବିଗ୍‌ ବସ୍‌ ଓଟିଟି୨’ର ପ୍ରତିଯୋଗୀ ମନୀଷା ରାଣୀ, ଲୋକପ୍ରିୟ ଟେଲିଭିଜନ୍‌ ଅଭିନେତା ସୋଏବ୍‌ ଇବ୍ରାହିମ୍‌, ପ୍ରଚ୍ଛଦପଟ ଗାୟକା ତଥା ‘ଇଣ୍ଡିଆନ୍‌ ଆଇଡଲ୍‌ ୫’ ବିଜୟିନୀ ଶ୍ରୀରାମ ଚନ୍ଦ, ଅଭିନେତ୍ରୀ ଆଦ୍ରିଜା ସିହ୍ନା ଓ କ୍ରିକେଟ୍‌ ଖେଳାଳି ଯୁଜବେନ୍ଦ୍ର ଚହଲ୍‌ଙ୍କ ସ୍ତ୍ରୀ ତଥା ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍‌ସର୍‌ ଧନଶ୍ରୀ ବର୍ମା।

Image Courtesy of India Today

ମନୀଷା ତାଙ୍କର ‘ଝଲକ’ ଅନୁଭୂତି ବର୍ଣ୍ଣନା କରି କହିଲେ, ଏହି ଯାତ୍ରା ସ୍ବପ୍ନ ସାକାର ହେବା ପରି ନୁହେଁ। ଏଥିପାଇଁ ମୁଁ ବିଚାରକ ଓ ଦର୍ଶକମାନେ ଦେଇଥିବା ଶ୍ରଦ୍ଧା, ସମର୍ଥନ ଓ ଉତ୍ସାହ ଆଗରେ ନତମସ୍ତକ। ମୁଁ ଜାଣିଥିଲି ଏ ଅନୁଭୂତି ମୋ ଜୀବନ ପରିବର୍ତ୍ତନ କରିଦେବ। ଏବଂ ସତରେ ପରିବର୍ତ୍ତନ କରିଦେଲା। ଏଥିପାଇଁ ମୋତେ ଦୁଇଗୁଣା ପରିଶ୍ରମ କରିବାକୁ ପଡ଼ିଥିଲା।

କୋରିଓଗ୍ରାଫର୍‌ଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ମନୀଷା କହିଛନ୍ତି, ମୁଁ ଆଶୁତୋଷଙ୍କ ନିକଟରେ କୃତଜ୍ଞ। ସେ ଖୁବ୍‌ ଦୟାଳୁ ଏବଂ ପ୍ରତି ସପ୍ତାହରେ ମୋ ନୃତ୍ୟ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଚେଷ୍ଟା କରିଛନ୍ତି। ଏ ବିଜୟ ଖାଲି ମୋର ନୁହେଁ, ମୋ ପ୍ରତି ବିଶ୍ବାସ ରଖିଥିବା ଏବଂ ଏ ଯାତ୍ରାପଥରେ ସମର୍ଥନ କରିଥିବା ସମସ୍ତଙ୍କର।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button