ମନୋରଞ୍ଜନ

ମୋଦୀଙ୍କ ଭୂମିକାରେ ନଜର ଆସିଲେ ‘ରାମାୟଣ’ର ରାମ – Kalinga News

[ad_1]

ନୂଆଦିଲ୍ଲୀ: ୨୦୨୨ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘କାଶ୍ମୀର ଫାଇଲସ’ରେ କାଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣାଦାୟକ କାହାଣୀ ଦେଖିବାକୁ ମିଳିଥିଲା, ଯାହାକି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା | ବର୍ତ୍ତମାନ ଚଳଚ୍ଚିତ୍ର ‘ଆର୍ଟିକିଲ ୩୭୦’ ର ଟ୍ରେଲର ରିଲିଜ ହୋଇଛି, ଯେଉଁଥିରେ ଅନୁଛେଦ ୩୭୦ ଉଛେଦ ପଛର କାହାଣୀ ସହ ଏହାକୁ ନେଇ ଯେଉଁ ବିବାଦ ଦେଖାଯାଇଥିଲା, ତାହା ଦେଖିବାକୁ ମିଳିବ | ବିଶେଷ କରି ପୁଲୱାମା ଘଟଣା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବା ସମୟରେ ଯାହା କହିଛନ୍ତି ତାହା ମଧ୍ୟ ପ୍ରଦର୍ଶିତ ହେବ। ତେବେ ବଡ କଥା ଯେ ଏହି ଚଳଚ୍ଚିତ୍ରରେ ଅଭିନେତା ଅରୁଣ ଗୋଭିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମିକାରେ ଅଭିନୟ କରିଛନ୍ତି। ଯେତେବେଳେ ଆପଣ ଟ୍ରେଲରରେ ମୋଦୀ ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କୁ ଦେଖିବେ, ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

ଉଲ୍ଲେଖ ଥାଉ କି ୮୦ ଦଶକରେ ସୁପରହିଟ୍ ଧାର୍ମିକ ଶୋ ‘ରାମାୟଣ’ରେ ଅରୁଣ ଗୋଭିଲ୍ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ଅରୁଣ ଗୋଭିଲ୍ ଫିଲ୍ମ ‘ଆର୍ଟିକିଲ ୩୭୦’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଫେବୃଆରୀ ୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ | ଏଥିରେ ଅନ୍ୟମାନଙ୍କ ମଧ୍ୟରେ ୟାମୀ ଗୌତମ, ପ୍ରିୟାମଣି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ |



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button