ରାଜନୀତି

ଏକାମ୍ରରେ ଲଢ଼ିବେ ବାବୁ ସିଂ: ବାଣ ଫୁଟାଇ ମିଠା ଖାଇଲେ କର୍ମୀ – Kalinga News

[ad_1]

ଭୁବନେଶ୍ବର: ଏକାମ୍ରରୁ ଲଢ଼ିବେ ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବାବୁ ସିଂ। ଆଜି ବିଜେପି ଶ୍ରୀ ସିଂଙ୍କ ନାମ ଘୋଷଣା କରିବା ପରେ ସମର୍ଥକଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି। ସମର୍ଥକମାନେ ପରସ୍ପର ମିଠା ଖୁଆଇବା ସହ ବାଣ ଫୁଟାଇଛନ୍ତି। ଟିକେଟ ପାଇବା ପରେ ଖୁସିବ୍ୟକ୍ତ କରି କେନ୍ଦ୍ରମନ୍ତ୍ରୀ ‌ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମ‌ନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଶ୍ରୀ ସିଂ ଧନ୍ୟବାଦ ଜଣାଇଛନ୍ତି। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଲଗାତାର ବିଜେପିର ଭୋଟ୍‌ ପ୍ରତିଶତ ବଢ଼ିଛି। ଏକାମ୍ରରେ ତୃତୀୟ ସ୍ଥାନରେ ରହୁଥିବା ବିଜେପି ଏବେ ମୁଖ୍ୟ ବିରୋଧୀ ହୋଇଛି। ୨୦୦୯ ମସିହାରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ୧୩%, ୨୦୧୪ରେ ଅମୀୟ ଦାଶ ୨୬% ଓ ୨୦୧୯ ମସିହାରେ ବାବୁ ସିଂ ୩୫% ଅର୍ଥାତ ୪୬,୩୬୩ ଖଣ୍ଡ ଭୋଟ୍‌ ପାଇଥିଲେ। କିନ୍ତୁ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଅଧିକ ୨୮,୬୭୫ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିଲେ। ଏଥର ଦଳ ଏକାମ୍ରରେ ଏହି ବ୍ୟବଧାନକୁ ପାର୍‌ ହୋଇ ବିଜୟୀ ହେବାକୁ ଜୋର୍‌ଦାର ଉଦ୍ୟମ ଚଳାଇଛି।

୨୦୧୯ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରଶ୍ମୀ ମହାପାତ୍ରଙ୍କୁ ମଧ୍ୟ ଦଳରେ ସାମିଲ କରିବାରେ ସଫଳ ହୋଇଛି। ଶ୍ରୀମତୀ ମହାପାତ୍ର ମିଶିବା ପରେ ଟିକେଟ ପାଇଁ ସମସ୍ୟା ଉପୁଜିବା ନେଇ କରାଯାଉଥିବା ଆଶଙ୍କା ବି ଟଳିଛି। ଏ ନେଇ ଶ୍ରୀ ସିଂହ ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ‘‘ବିଜେପି ମଣ୍ଡଳ ସଭାପତି, ବୁଥ୍‌ ସଭାପତି ଓ ବିଜେପି କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଦଳ ପୁଣିଥରେ ମୋ ଉପରେ ଭରସା କରିଛି। ଅନ୍ୟାୟ ବିରୋଧରେ ବର୍ଷ ସାରା ବି‌ଜେପି କର୍ମୀଙ୍କ ସାହସୀ ଉଦ୍ୟମ, ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଯୋଗୁ ଦଳ ସଙ୍ଗଠିତ ହୋଇଛି। ୨୪ ବର୍ଷ ଧରି ଗୋଟେ ସରକାର ଭୁବନେଶ୍ବରବାସୀଙ୍କୁ ଠକି ଚାଲିଛି। ବିଜେଡିର ଅନ୍ୟାୟ, ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନା ବିରୋଧରେ ଏଥର ସାଧାରଣ ଲୋକ ସ୍ବର ଉଠାଉଛନ୍ତି। ଏଥର ଭୁବନେଶ୍ବରବାସୀ ହକ୍‌ ପାଇଁ, ଅଧିକାର ପାଇଁ ଲଢ଼ିବେ। ଭୁବନେଶ୍ବରବାସୀ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ରାଜଧାନୀରୁ ପରିବର୍ତ୍ତନର ବାର୍ତ୍ତା ସାରା ଓଡ଼ିଶାକୁ ଦେବେ। ଏ ଟିକେଟ ମୋ’ ଦଳର ସବୁ କାର୍ଯ୍ୟକର୍ତ୍ତାଙ୍କର। ବିଶ୍ବାସ ଅଛି ଏଥର ବିଜେପି ଭୁବନେଶ୍ବରରେ ନିଶ୍ଚୟ ବିଜୟ ଲାଭ କରିବ।’’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button