ରାଜନୀତି

ସତର୍କତା ବଢ଼ାଇଲେ ନିର୍ବାଚନ କମିସନ: ଓଡ଼ିଶା ସମେତ ୬ ରାଜ୍ୟ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ – Kalinga News

[ad_1]

ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟାକୁ କଡ଼ା ସତର୍କତାର ସହ ତଦାରଖ କରିବା ପାଇଁ ନିର୍ବାଚନ କମିସନ ଉତ୍ତମ ଟ୍ରାକ୍ ରେକର୍ଡ ଥିବା ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ଏହି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ଅର୍ଥ, ବାହୁବଳ ପ୍ରୟୋଗ ଓ ଭୁଲ ସୂଚନା ପ୍ରସାରଣ ଦ୍ୱାରା ସୃଷ୍ଟି ହେଉଥିବା ଆହ୍ୱାନର ମୁକାବିଲା ଉପରେ ଧ୍ୟାନ ଦେବେ। ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଏହି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ (ସାଧାରଣ ଓ ପୁଲିସ) ମୁତୟନ କରାଯାଇଛି। ଏହାବ୍ୟତୀତ ନିର୍ବାଚନ ସମ୍ବନ୍ଧୀୟ ବ୍ୟୟ ଉପରେ ନଜର ରଖିବା ପାଇଁ ନିର୍ବାଚନ ଆୟୋଗ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ଓଡ଼ିଶାରେ ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରିଛନ୍ତି। ଓଡ଼ିଶା ନିମନ୍ତେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ପ୍ରଶାସକ ଯେଗେନ୍ଦ୍ର ତ୍ରିପାଠୀ, ପୁଲିସ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ସ୍ବତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ଆଇଆର୍‌ଏସ୍‌ ଅଧିକାରୀ ହୀମାଳିନୀ କାଶ୍ୟପଙ୍କୁ ନିଯୁକ୍ତି ଦିଆଯାଇଥିବା ଆଜି ନିର୍ବାଚନ ଆୟୁକ୍ତଙ୍କ ବିଜ୍ଞପ୍ତିରେ ସୂଚିତ କରାଯାଇଛି।

ଅନ୍ୟପକ୍ଷରେ ବିଜେପି ନେତା ଦିଲୀପ ଘୋଷ ଓ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ମହିଳାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ ଆୟୋଗ ଏପ୍ରିଲ ୧ରେ ସେମାନଙ୍କୁ ନିନ୍ଦା କରିଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି ବିବେଚନା କରାଯାଉଥିବା ଅପମାନଜନକ ମନ୍ତବ୍ୟ ପାଇଁ ନିର୍ବାଚନ ଆୟୋଗ ଦୁଇଜଣଙ୍କୁ ଚେତାବନୀ ଦେଇଛନ୍ତି। ଆୟୋଗ କହିଛନ୍ତି ଯେ ସେମାନଙ୍କ ମନ୍ତବ୍ୟ ଏକ ନିମ୍ନସ୍ତରୀୟ ବ୍ୟକ୍ତିଗତ ଆକ୍ରମଣ ଏବଂ ଆଚରଣବିଧିର ବ୍ୟବସ୍ଥାକୁ ଉଲ୍ଲଂଘନ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button