ରାଜନୀତି

୨୦୨୪ ସାଧାରଣ ନିର୍ବାଚନରେ କିଏ ମାରିବ କଟକ ବାଜି ; ପ୍ରାର୍ଥୀତ୍ଵକୁ ନେଇ ଚିନ୍ତାରେ ତିନି ଦଳ

ନିର୍ବାଚନ ଘଡି ଯେତେ ଯେତେ ପାଖେଇ ଆସୁଛି ରାଜନୀତିର ପଶାପାଲି ସେତେ ରୋମାଞ୍ଚକର ହେଉଛି । ପଲ୍ଲୀରୁ ଦିଲ୍ଲୀ ସବୁଠି ବହୁଛି ଏବେ ନିର୍ବାଚନୀ ହାୱା । ସାଧାରଣ ନିର୍ବାଚନପାଇଁ ତାରିଖ ଘୋଷଣା ସାରିବା ପରେ ଏବେ ଆରମ୍ଭ ହେଲାଣି ନୂଆ ରାଜନୀତି | କିନ୍ତୁ ଏହି ସବୁ ଭିତରେ ଓଡିଶା ରାଜନୀତିର ପାଣିପାଗ ବଦଳାଉଛି ମୋଡ ।  ବଡ ବଡ ନେତାମାନଙ୍କ ଦଳ ଡିଆଁ ରାଜନୀତିର ସତ୍ତାକୁ ଦେଉଛି ଭିନ୍ନ ଏକ ରୂପ । କଣ ହେବ ୨୦୨୪ ସାଧାରଣ ନିର୍ବାଚନ ତାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।  କିନ୍ତୁ ଏହି ସବୁ ଭିତରେ କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଏନେଇ ସାଂସଦ ଏଯାବତ କିଛି ସ୍ପଷ୍ଟ କରି ନାହାନ୍ତି। ଯଦି ଭର୍ତ୍ତୃହରି ବିଜେପିରେ ଯୋଗ ଦିଅନ୍ତି ତାହାଲେ ଦଳ ତାଙ୍କୁ ପ୍ରାର୍ଥୀ କରିବାର ଅନେକ ସମ୍ଭାବନା ରହୁଛି ।

ସେପଟେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ବିଜେପିରୁ କଟକ ସାଂସଦ ପ୍ରାର୍ଥୀ ପାଇଁ ଆଶାୟୀ ରହିଛନ୍ତି। ଫଳରେ ଅଶାୟୀଙ୍କ ସଂଖ୍ୟାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପଡ଼ିଛି ବିଜେପି । ଅନ୍ୟ ପକ୍ଷେ ଭର୍ତ୍ତୃହରି ବିଜେଡ଼ି ଛାଡ଼ିବା ପରେ ତାଙ୍କ ବିକଳ୍ପ ଖୋଜୁଛି ଶାସକ ଦଳ ବିଜେଡ଼ି। ଏନେଇ ନିକଟରେ ବିଜେଡ଼ିରେ ଯୋଗଦେଇଥିବା ସନ୍ତୃପ୍ତ ମିଶ୍ରଙ୍କୁ ଶାସକ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇର ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଏନେଇ ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ଲୋକସମ୍ପର୍କକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି ସନ୍ତୃପ୍ତ । ଯଦି ଭର୍ତ୍ତୃହରି ବିଜେପିରେ ଯୋଗ ଦିଅନ୍ତି ତେବେ ୧୯୯୮ ମସିହାରୁ କ୍ରମାଗତ ଭାବେ ବିଜୟ ହାସଲ କରିଆସୁଥିବା ଗ୍ରାମାଞ୍ଚଳ ଭୋଟ ତାଙ୍କ ନିକଟକୁ ଯିବତ ! ନା ଏହି ଭୋଟ ବିଜେଡ଼ି ତା ନିକଟରେ ରଖିବାରେ ସମର୍ଥ ହେବ ଏଭଳି କିଛି ପ୍ରଶ୍ନ ବର୍ତ୍ତମାନ ରାଜନୈତିକ ମହଲରେ ବେଶ ଆଲୋଚନାର ପ୍ରସଙ୍ଗ ପାଲଟିଛି।

ସେପଟେ କଂଗ୍ରେସ ମଧ୍ୟ ଏହି ରେସରୁ ବାଦ ପଡିନି ।  ସେ ମଧ୍ୟ ଏକ ଟାଣୁଆ ନେତା ସନ୍ଧାନରେ ରହିଛି। କୁହାଯାଉଛି କି କଂଗ୍ରେସ ଲୋକସଭା ଆସନ ପାଇଁ ୪୨ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି। କିନ୍ତୁ ଆସନ୍ତା ୨୭ ତାରିଖରେପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରାଯିବ ବୋଲି ଆଲୋଚନା ହେଉଛି । କଂଗ୍ରେସରୁ ପରିଚିତ ଚେହେରା ମଧ୍ୟରେ ଶରତ ରାଉତ, ବିଭୂତି ମିଶ୍ର, ସୁରେଶ ମହାପାତ୍ର, ଗିରିବାଳା ବେହେରା, ଆକାଶ ଭୂୟାଙ୍କ ନାଁ ଏହି ରେସର ଆଗରେ ରହିଥିବା ନେଇ କଂଗ୍ରେସ କ୍ୟାମ୍ପରେ କଳ୍ପନା ଜଳ୍ପନା ହେଉଛି। ତେବେ ଏମାନଙ୍କ ମଧ୍ୟରୁ କଂଗ୍ରେସ କାହାକୁ ପ୍ରାର୍ଥୀ ଭାବରେ ଚୟନ କରିବ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ ।  ଏହି ଗୁରୁତ୍ତ୍ୱପୂର୍ଣ୍ଣ ଆସନ ପାଇଁ ବର୍ତ୍ତମାନ କିଏ ହେବ ପ୍ରାର୍ଥୀ ତାହା ହିଁ ଏବେ ତିନି ଦଳ ପାଇଁ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ବିଜେଡ଼ି ନୂଆ ମୁଁହ ଖୋଜୁଥିବା ବେଳେ ଆଶାୟୀଙ୍କ ସଂଖ୍ୟାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପଡ଼ିଛି ବିଜେପି । ସେପଟେ ଏକ ଟାଣୁଆ ନେତା ସନ୍ଧାନରେ ରହିଛି କଂଗ୍ରେସ ।

Related Articles

Leave a Reply

Your email address will not be published. Required fields are marked *

Back to top button