‘ନୀଳ ପୁସ୍ତିକା’ ସୁରକ୍ଷାରେ ଆବଦ୍ଧ ରୋଡ୍ ସୋ’ ଅଞ୍ଚଳ: ଦାୟିତ୍ବରେ ୫ଡିସିପିଙ୍କ ସମେତ ୨୧୫ ଅଧିକାରୀ – Kalinga News

[ad_1]
୫୫ପ୍ଲାଟୁନ୍ ପୁଲିସ ବଳ ମୁତୟନ, ଉଚ୍ଚ ଅଟ୍ଟାଳିକା ଉପରୁ ନଜର
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍ ସୋ’କୁ ନେଇ ରାଜଧାନୀରେ ପ୍ରବଳ ଉତ୍କଣ୍ଠା ରହିଛି। ରାମ ମନ୍ଦିର ସ୍ଥିତ ବିଜେପି ପାର୍ଟି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥରେ ରୋଡ୍ ସୋ’ ସମୟରେ ହଜାର ହଜାର ଦଳୀୟ କର୍ମୀ ଓ ଅନ୍ୟ ସାଧାରଣ ଦେଖଣାହାରୀଙ୍କର ସମାଗମ ହେବ। ବହୁ ଭିଭିଆଇପି ମଧ୍ୟ ରହିବେ। ତେଣୁ ଏହି ସମୟରେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ଦେଖାନଯାଏ, ସେଥିପାଇଁ କମିସନରେଟ୍ ପୁଲିସ ବ୍ୟାପକ ଯୋଜନା କରିଛି। ରୋଡ୍ ସୋ’ ସମୟରେ ଯେକୌଣସି ପ୍ରତିକୂଳ ସ୍ଥିତିକୁ ସାମ୍ନା କରିବାଲାଗି ପୁଲିସ ଆଗୁଆ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ରୋଡ୍ ସୋ’ ଯିବାକୁ ଥିବା ରାସ୍ତା ଓ ଅଞ୍ଚଳଠୁ ଆରମ୍ଭ କରି ସାରା ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁରୁବାର ଅପରାହ୍ଣରେ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବୁଝାଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଦାୟିତ୍ବରେ ୫ଡିସିପିଙ୍କ ସମେତ ୨୧୫ ଅଧିକାରୀ
୫୫ପ୍ଲାଟୁନ୍ ପୁଲିସ ବଳ ମୁତୟନ
ଉଚ୍ଚ ଅଟ୍ଟାଳିକା ଉପରୁ ନଜର
ଦିନ ୨ଟାରୁ ମାଷ୍ଟରକ୍ୟାଣ୍ଟିନ୍-ବାଣୀବିହାର, ୪ଟାରୁ ବାଣୀବିହାର-ମାଷ୍ଟରକ୍ୟାଣ୍ଟିନ୍ ରାସ୍ତା ସିଲ୍
ଏହି ସମୟରେ ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ବରେ ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ବରେ ୫ଜଣ ଡିସିପି ରୢାଙ୍କର ଅଧିକାରୀ, ୨୮ଜଣ ଡିଏସ୍ପି, ୪୧ଜଣ ଆଇଆଇସି, ୧୪୧ଜଣ ଏସ୍ଆଇ ଓ ଏଏସ୍ଆଇ ରହିବେ। ୫୫ପ୍ଲାଟୁନ୍ ପୁଲିସ ବଳ ସାଙ୍ଗକୁ ୩ ୟୁନିଟ୍ ଏସ୍ଟିୟୁ, ବୋମାନିଷ୍କ୍ରିୟକାରୀ ଦଳ, ଡଗ୍ସ୍କ୍ବାର୍ଡ ଆଦି ମୁତୟନ କରା ଯାଇଛି।
ସେହିପରି ହୋଟେଲ୍ ଓ ବସ୍ତିଗୁଡ଼ିକ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ପୂର୍ବରୁ ସହରର ବିଭିନ୍ନ ହୋଟେଲରେ ରହୁଥିବା ଲୋକ ତଥା ଏବେ ନୂଆ ଆସି ରହୁଥିବା ଲୋକଙ୍କର ବିବରଣୀ ଯାଞ୍ଚ କରା ଯାଇଛି। ବସ୍ତିଗୁଡ଼ିକରେ ମଧ୍ୟ ଘନ ଘନ ଯାଞ୍ଚ ହେଉଛି। ରୋଡ୍ ସୋ’ ସମୟରେ ବିଜେପି ପାର୍ଟି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାରିକେଡ୍ କରାଯିବା ସହ ପୁଲିସ ଛାଉଣି କରାଯାଇଛି। ଉଭୟ ପାର୍ଶ୍ବର ସମସ୍ତ ବଡ଼ବଡ଼ କୋଠାଠାରୁ ଆରମ୍ଭ କରି ମଲ୍ ଓ କମ୍ପ୍ଲେକ୍ସକୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଛି। ସେମାନେ ରୁଫ୍ ଟପ୍ରେ କୌଣସି ପ୍ରକାର କାର୍ଯ୍ୟକ୍ରମ କରିବେ ନାହିଁ କି କୌଣସି ପ୍ରକାର ବିସ୍ଫୋରକ ସାମଗ୍ରୀ ରଖିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି। କେଉଁ ଉଚ୍ଚ ଅଟ୍ଟାଳିକାରେ ପୁଲିସ ଜଗି ରହିବ, ତା’ର ମଧ୍ୟ ତାଲିକା କରାଯାଇଛି। ଉକ୍ତ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଓ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯିବା ସହ ନୀଳ ପୁସ୍ତିକା (ବ୍ଲୁ-ବୁକ୍) ସୁରକ୍ଷା ନେଇ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସେହିପରି ରାତ୍ରିକାଳୀନ ବ୍ଲକିଂ, ଚେକିଂକୁ କଡ଼ାକାଡ଼ି କରାଯାଇଛି। ସମ୍ପୂର୍ଣ୍ଣ ଅଞ୍ଚଳକୁ ସିସିଟିଭି ନଜରରେ ରଖାଯାଇଛି। ଏଥିପାଇଁ କଣ୍ଟ୍ରୋଲ୍ରୁମ୍ରୁ ଜଣେ ଡିଏସ୍ପି ରୢାଙ୍କର ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଗୁରୁବାର ସନ୍ଧ୍ୟାରେ ଏସ୍ପିଜି ଟିମ୍ ସହ କମିସନରେଟ୍ ପୁଲିସ, ଟ୍ରାଫିକ୍ ଵିଙ୍ଗ୍, ସିକ୍ୟୁରିଟି ଵିଙ୍ଗ୍, ଇଣ୍ଟେଲିଜେନସ୍ ଵିଙ୍ଗ୍ର କାର୍କେଡ୍ ରିହର୍ସାଲ୍ କରିଛନ୍ତି।
ଶୁକ୍ରବାର ଦିନ ଅକ୍ଷୟତୃତୀୟା ଥିବାରୁ ସୁନା କିଣିବା ଲାଗି ଜନପଥରେ ଭିଡ଼ ଜମିବା ସ୍ବାଭାବିକ। ହେଲେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ଥିବାରୁ ଅପରାହ୍ଣ ସମୟରେ ସମ୍ପୂର୍ଣ୍ଣ ଜନପଥ ଉପରେ କଟକଣା ଲଗାଯାଇଛି। ଅପରାହ୍ଣ ୨ଟାରୁ ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ଏବଂ ଅପରାହ୍ଣ ୪ଟାରୁ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତାକୁ ସିଲ୍ କରାଯିବ। ଏହି ସମୟରେ ଉକ୍ତ ରାସ୍ତାରେ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ। ତେଣୁ ଏହି ସୁନା ଦୋକାନଗୁଡ଼ିକରେ ସକାଳୁଆ ବିକ୍ରିବଟା ହେବ। ଅନେକ ଲୋକ ଆଜିଠାରୁ ମଧ୍ୟ ସୁନା କିଣୁଥିବା ଦେଖା ଯାଇଛି।
[ad_2]