ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତିଙ୍କ ଇସ୍ତଫା – Kalinga News

[ad_1]
ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ସଂଗ୍ରାମ ମିଶ୍ର ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ଅମ୍ବିକା ଭଟ୍ଟଙ୍କୁ ଆଡହକ୍ ସଭାପତି ଭାବେ ଦଳ ନିଯୁକ୍ତ କରିଛି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲାବେଳେ ଜିଲ୍ଲା ସଭାପତିଙ୍କ ଏମିତି ଅଚାନକ ଇସ୍ତଫା କଂଗ୍ରେସ ରାଜନୀତିକୁ ହଲଚଲ କରିଛି। ସଂଗ୍ରାମ ମିଶ୍ରଙ୍କୁ ଗତବର୍ଷ ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ମିଳିଥିଲା। ତାଙ୍କ ନେତୃତ୍ବରେ ଦଳ ସଂଗଠନ କାମ ଜାରି ରଖିଥିଲାବେଳେ ସେ ହଠାତ୍ ଏହି ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଦଳୀୟ ନେତାଙ୍କୁ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ସେ ଦଳ ଛାଡ଼ି ନାହାନ୍ତି ଏବଂ ଦଳର ସଦସ୍ୟ ଭାବେ କାମ କରିବେ ବୋଲି ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଆଜି ତାଙ୍କ ଇସ୍ତଫାପତ୍ର ଗୃହୀତ ହୋଇଯିବା ପରେ ପିସିସି କାର୍ଯ୍ୟକାରିଣୀ ସଭ୍ୟ ଅମ୍ବିକା ପ୍ରସାଦ ଭଟ୍ଟଙ୍କୁ ଆଡହକ୍ ଜିଲ୍ଲା ସଭାପତି ଭାବେ ଦାୟିତ୍ବ ଦିଆଯାଇଛି। ଏହାପୂର୍ବରୁ ସେ ଅନୁଗୁଳ ନଗର ସଭାପତି, ପିସିସି ସଦସ୍ୟ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ କାମ କରିଛନ୍ତି। ଦଳର ପୂର୍ବ ଗୌରବ ଫେରାଇ ଆଣିବା ସହ ଦଳର ଭୋଟହାର ବଢ଼ାଇବାକୁ ସେ ଚେଷ୍ଟା କରିବେ ବୋଲି ଶ୍ରୀ ଭଟ୍ଟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
[ad_2]




