ରାଜନୀତି

ମାର୍କ୍ସବାଦୀ କମ୍ୟୁନିଷ୍ଟ୍ ପାର୍ଟି ଉପରେ ଇଡ଼ି ନଜର: ଗୁପ୍ତ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ହାସଲ! – Kalinga News

[ad_1]

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳଙ୍କ ଉପରେ ଇଡ଼ି କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏବେ ମାର୍କ୍ସବାଦୀ କମ୍ୟୁନିଷ୍ଟ୍ ପାର୍ଟି (ସିପିଆଇ-ଏମ୍) ଉପରେ ଇଡ଼ିର କଡ଼ା ନଜର ପଡ଼ିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଇଡ଼ି ମାର୍କ୍ସବାଦୀ କମ୍ୟୁନିଷ୍ଟ୍ ପାର୍ଟି ଏବଂ ଏହାର ନେତାଙ୍କ ଅଘୋଷିତ ବ୍ୟାଙ୍କ ଆକାଉଣ୍ଟ୍‌ର ମନି ଲାଇଣ୍ଡରିଂ ଯାଞ୍ଚ୍ କରିଛି। ଏହି ଗୁପ୍ତ ଆକାଉଣ୍ଟ୍ ସମ୍ପର୍କରେ ଇଡ଼ି ପକ୍ଷରୁ ଆରବିଆଇ, କେନ୍ଦ୍ରୀୟ ଅର୍ଥମନ୍ତ୍ରଣାଳୟର ରାଜସ୍ବ ବିଭାଗ ଏବଂ ନିର୍ବାଚନ ଆୟୋଗଙ୍କ ସହିତ ସେୟାର କରାଯାଇଛି। ଇଡ଼ି ପକ୍ଷରୁ ଅଭିଯୋଗ କରାଯାଇଛି ଆକାଉଣ୍ଟ୍ ଗୁଡ଼ିକ ଆଇନର ଉଲ୍ଲଂଘନ କରାଯାଇ କରୁବନୁର ସର୍ଭିସ୍ କୋପରେଟିଭ୍ ବ୍ୟାଙ୍କ ଲିମିଟେଡ୍‌ରେ ଖୋଲା ଯାଇଛି। ଏହି ସୋସ‌ାଇଟି ଏବଂ ଏହାର ସଦସ୍ୟମାନଙ୍କ ବିରୋଧରେ ୧୫୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିବାବେଳେ ଏହାର ଯାଞ୍ଚ୍ ଇଡ଼ି ଦ୍ବାରା ଜାରି ରହିଛି।

ଇଡ଼ି ପକ୍ଷରୁ ଅଭିଯୋଗ ହୋଇଛି ମାର୍କ୍ସବାଦୀ କମ୍ୟୁନିଷ୍ଟ୍ ପାର୍ଟିର ନାମରେ ୫ଟି ବ୍ୟାଙ୍କ ଖାତା ଖୋଲାଯାଇଛି। ଯାହାଦ୍ବାରା ପାର୍ଟି ଅଫିସ ପାଇଁ ସୁବିଧାରେ ଜମି କିଣାଯାଇ ପାରିବ। ଏହା ସହିତ ପାର୍ଟି ପାଇଁ ସହଜରେ ପାଣ୍ଠି ମଧ୍ୟ ଯୋଗାଡ଼ କରାଯାଇ ପାରିବ। ନିର୍ବାଚନ ଆୟୋଗଙ୍କୁ ଇଡ଼ି ପକ୍ଷରୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ମାର୍କ୍ସବାଦୀ କମ୍ୟୁନିଷ୍ଟ୍ ପାର୍ଟି ସମ୍ପୃକ୍ତ ସୋସାଇଟିର ସଦସ୍ୟତା ଗ୍ରହଣ କରାଯାଇ ନାହିଁ। ମାତ୍ର ଖାତା ଖୋଲା ଯାଇଛି। ଏହାର କେରଳର ସହକାରୀ କମିଟି ଅଧିନିୟମ ଏବଂ ବ୍ୟାଙ୍କ ନିୟମର ଉଲ୍ଲଂଘନ।

ଜାନୁୟାରୀ ୧୬ରେ ନିର୍ବାଚନ ଆୟୋଗଙ୍କୁ ଲେଖାଯାଇଥିବା ଚିଠିରେ ଇଡ଼ି ପକ୍ଷରୁ ପରାମର୍ଶ ଲୋଡ଼ାଯାଇଛି। ମାର୍କ୍ସବାଦୀ କମ୍ୟୁନିଷ୍ଟ୍ ପାର୍ଟି ପକ୍ଷରୁ ଆର୍ଥିକ ପ୍ରସଙ୍ଗ ସମ୍ପର୍କରେ ଆବଶ୍ୟକ ସୂଚନା ପ୍ରଦାନ, ପାଣ୍ଠି ସଂଗ୍ରହରେ ନିର୍ବାଚନ ଆୟୋଗ ଏବଂ ଜନପ୍ରତିନିଧି ଅଧିନିୟମର ନିର୍ଦ୍ଧାରିତ ନିର୍ଦ୍ଦେଶ ପ୍ରତିପାଳନ କରାଯାଇଛି କି ନାହିଁ ସେ ସମ୍ପର୍କରେ ଆବଶ୍ୟକ ପରାମର୍ଶ ଲୋଡ଼ାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button