ଇତିହାସ ପୃଷ୍ଠାରୁ: ନବକୃଷ୍ଣ ଚୌଧୁରୀ ଓ ନିର୍ବାଚନ, ସେ ବେଳେ ବି ଥିଲା କାଦୁଅ ଫିଙ୍ଗା – Kalinga News

[ad_1]
ନବବାବୁ ବଙ୍ଗାଳୀ ଘରେ ବାହା ହୋଇଛନ୍ତି, ଚିନ୍ତାମଣିଙ୍କ ସ୍ତ୍ରୀ ଦାନ୍ତୁରୀ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ପ୍ରଥମ ଥର ନିର୍ବାଚନ ଲଢ଼ିଥିଲେ ସ୍ବାଧୀନତା ପୂର୍ବ ପ୍ରଥମ ବିଧାନସଭା (୧୯୩୭) ନିର୍ବାଚନରେ। ନିର୍ବାଚନମଣ୍ଡଳୀ ଥିଲା ‘ପୂର୍ବ କଟକ ସଦର’। ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଥିଲେ ସରକାରୀ ଓକିଲ, ଶାରଳା ମନ୍ଦିର ଟ୍ରଷ୍ଟର ମୁଖ୍ୟ ରାୟବାହାଦୁର ଚିନ୍ତାମଣି ଆଚାର୍ଯ୍ୟ। ନିର୍ବାଚନମଣ୍ଡଳୀ ସୀମା ମଧ୍ୟରେ ଏରସମା, ତିର୍ତ୍ତୋଲ, ବାଲିକୁଦା, କୁଜଙ୍ଗ ଆଦି ଅଞ୍ଚଳ। ପ୍ରାର୍ଥୀ ଆଚାର୍ଯ୍ୟଙ୍କ ପକ୍ଷରୁ ଫୁସୁଲାଫୁସିଲି କରି ଦରକାର ପଡ଼ିଲେ ଧମକ ଚମକ ଦେଇ ଶାରଳାଙ୍କ ଧଣ୍ଡା ଛୁଆଁଇ ଭୋଟ ନେବା କାମ ଚାଲିଥିଲା। ଶାରଳା ମନ୍ଦିରର ପଣ୍ଡାମାନେ ଗାଁଗାଁରେ ଲୋକଙ୍କୁ ଶାରଳାଙ୍କ ଧଣ୍ଡା ଛୁଆଁଇ ଶପଥ କରାଉଥାନ୍ତି। କିଛି ଲୋକ ଧଣ୍ଡାକୁ ମୁଣ୍ଡିଆ ମାରୁଥାନ୍ତି। ପଣ୍ଡାମାନଙ୍କ ପ୍ରଚାର- ‘କଂଗ୍ରେସକୁ ଭୋଟ ଦିଅନାହିଁ। ଭୋଜି ଭାତ ମଧ୍ୟ ଚାଲିଥାଏ। ନବବାବୁଙ୍କ ପାଇଁ କଂଗ୍ରେସ କର୍ମୀଙ୍କ ପ୍ରଚାର ମଧ୍ୟ କିଛି କମ୍ ନଥିଲା। ସେମାନେ ବୁଝାଉଥାନ୍ତି ବିରୋଧୀ ଯେତେ ଖୁଆପିଆ କରାନ୍ତୁ ନା କାହିଁକି ଲୋକେ ସେଥିରେ ଯାଆନ୍ତୁ ନାହିଁ, ସେମାନଙ୍କଠାରୁ ଖାଆନ୍ତୁ, ମାତ୍ର ଭୋଟ ଦିଅନ୍ତୁ କଂଗ୍ରେସକୁ। ପକ୍ଷମାନଙ୍କ ସମର୍ଥନ ତରଫରୁ ବ୍ୟକ୍ତିଗତ ଆକ୍ଷେପ ମଧ୍ୟ ଚାଲିଥାଏ। ଆଚାର୍ଯ୍ୟ ପକ୍ଷରୁ ପ୍ରଚାର କରାଯାଉଥାଏ, ‘ନବବାବୁ ବଙ୍ଗାଳୀ ଘରେ ବାହା ହୋଇଛନ୍ତି, ସ୍ତ୍ରୀ ବିଧର୍ମୀ ବ୍ରହ୍ମ ସମାଜର, ଦେବଦେବୀଙ୍କୁ ମାନନ୍ତି ନାହିଁ।

Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସବାଲା ବି ପ୍ରଚାର ମଝିମଝିରେ କହୁଥାନ୍ତି ଓ ଗୀତ ବାନ୍ଧିଥାନ୍ତି, ‘ଚିନ୍ତାମଣିଙ୍କ ସ୍ତ୍ରୀ ଦାନ୍ତୁରୀ’। କଂଗ୍ରେସ ପାଇଁ ଅଞ୍ଚଳର ଜଣେ ପାଲା ଗାୟକ ଗାଁଗାଁ ବୁଲି ପ୍ରଚାର କରି ଚଉତିଶା ଶୈଳୀରେ ଲେଖା ଗୀତ ଗାଇ ନାଚୁଥାନ୍ତି। ପ୍ରଚାର ପାଇଁ ଜବାହାରଲାଲ ନେହରୁ ନବବାବୁଙ୍କ ପ୍ରଚାର କରିଥାନ୍ତି। ପୂର୍ବରୁ ରମାଦେବୀ, ନବବାବୁଙ୍କ ସ୍ତ୍ରୀ ମାଳତୀ ଦେବୀଙ୍କ ଆହ୍ବାନକ୍ରମେ ଓ ପ୍ରେରଣାରେ କୁଜଙ୍ଗ ଅଞ୍ଚଳରେ ଲୁଣମରା ହୋଇଥାଏ। ଆଖପାଖ ଅଞ୍ଚଳର ମହିଳାମାନେ ନିଜନିଜର ଗହଣା ଦାନ କରିଥିଲେ। ମାଳତୀ ଦେବୀଙ୍କ ବୀରତ୍ବ ଲୋକମାନେ ଦେଖିଥିଲେ। ନବବାବୁଙ୍କ ପାଇଁ ସେଟା କାମରେ ଆସିଲା। କୁଜଙ୍ଗ ଜମିଦାରଙ୍କ ସବୁ କର୍ମଚାରୀ ଖାସ୍କରି ଜମିଦାରଙ୍କ ମ୍ୟାନେଜର ରାଜେନ୍ଦ୍ର କୁମାର ସେନ୍ ନବବାବୁଙ୍କୁ ହରାଇବାକୁ ଲାଗିଥାନ୍ତି। ଭୋଟ ଗ୍ରହଣ ଦିନ ଭୋଟ କେନ୍ଦ୍ର ନିକଟରେ ଚିନ୍ତାମଣି ଆଚାର୍ଯ୍ୟ ଠାକୁରାଣୀଙ୍କ ଧଣ୍ଡା ଧରାଇ ଶପଥ କରାଉଛନ୍ତି। ନବବାବୁ ଜାଣିପାରି ବନ୍ଦ କରିବାକୁ କହି ଗାଳିଦେଲେ ଓ ଏପରି କଲେ ଲୋକଙ୍କ ତରଫରୁ ଜୋତାମାଡ଼ ହେବ ବୋଲି ଧମକ ଦେଲେ। ନବବାବୁ ନିର୍ବାଚନ ଜିଣିଗଲେ।
କଂଗ୍ରେସ ସାମ୍ୟବାଦୀ ଦଳ ଆଗରେୁ ନିଷ୍ପତ୍ତି ନେଇଥିଲା ଯେ ଏହାର କୌଣସି ସଭ୍ୟ ମନ୍ତ୍ରୀତ୍ବ ଆଦି କୌଣସି ପଦପଦବୀରେ ରହିବେ ନାହିଁ ଏଣୁ ନବବାବୁ ପଦ ଗ୍ରହଣ ନ କରି ପ୍ରଜା ଆନ୍ଦୋଳନ, ଭାରତଛାଡ଼ ଆନ୍ଦୋଳନ, ଗଡ଼ଜାତ ଆନ୍ଦୋଳନରେ ଲାଗି ବାରମ୍ବାର ଜେଲ୍ ଯାଇ ୧୯୪୦ରେ ପ୍ରଦେଶ କଂଗ୍ରେସର ସମ୍ପାଦକ ହେଲେ। ୧୯୪୬ ମସିହାରେ ନବବାବୁଙ୍କ ସ୍ତ୍ରୀ ମାଳତୀଦେବୀ ବିଶ୍ବନାଥ ଦାସଙ୍କୁ ହରାଇ ପ୍ରଦେଶ କଂଗ୍ରେସ ସଭାପତି ନିର୍ବାଚିତ ହୋଇ କ୍ଷମତା ରାଜନୀତିରେ ଅଧିକ ଲିପ୍ତ ନ ରହିବାକୁ ସ୍ଥିର କରି ସଭାପତି ପଦରୁ ଇସ୍ତଫା ଦେଇଦେଲେ। (କ୍ରମଶଃ)
ରାଜେଶ ଅଗ୍ରୱାଲ, ଅତାବିରା, ବରଗଡ଼,
ଫୋନ୍- ୯୪୩୮୨୧୪୮୭୮
[ad_2]