ରାଜନୀତି

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ – Kalinga News

[ad_1]

ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ପହଞ୍ଚିଲା ପରେ ବରିଷ୍ଠ ବିଜେପି ନେତାମାନେ ତାଙ୍କୁ ସ୍ବାଗତ ଜଣାଇଛନ୍ତି। ବିମାନବନ୍ଦର ବାହାରେ କଳାକାରମାନେ ପାରଂପରିକ ବାଦ୍ୟ, ନୃତ୍ୟ ଓ ଗୀତରେ ମୋଦୀଙ୍କୁ ସ୍ବାଗତ କରାଯାଇଛି। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ରାଜଭବନ ଅଭିମୁଖେ ସ୍ବତନ୍ତ୍ର କାରକେଡରେ ବାହାରିଛନ୍ତି। ଭୁବନେଶ୍ୱରସ୍ଥିତ ରାଜଭବନରେ ରାତି ବିତାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ସୋମବାର) ସକାଳେ ବ୍ରହ୍ମପୁର ଅଭିମୁଖେ ବାହାରିବେ। ସେଠାରେ ନିର୍ବାଚନୀ ସଭାରେ ଯୋଗ ଦେବେ। ପରେ ସେ ପୁଣି ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଦ୍‌ବୋଧନ ଦେବେ।

ବ୍ରହ୍ମପୁର ଉପକଣ୍ଠ କନିଷି ଗାଁ ନିକଟସ୍ଥ ପଡ଼ିଆରେ ମୋଦୀଙ୍କ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଧାରିତ ସମୟରେ ଭୁବନେଶ୍ବରରେ ପହଞ୍ଚିପାରି ନାହାନ୍ତି। ପୂର୍ବରୁ ସେ ଏଠାରେ ରାତି ୯ଟା ୩୦ରେ ପହଞ୍ଚିବାର ଥିବା ବେଳେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ ଓ ରୋଡ ସୋ’ ପାଇଁ ତାଙ୍କର ଆଗମନରେ ବିଳମ୍ବ ହୋଇଛି। 

ମୋଦୀଙ୍କ ଗସ୍ତ ପାଇଁ ଏହାପୂର୍ବରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କାରକେଡ ରିହରସେଲ ହୋଇଛି। ଗସ୍ତ ବେଳେ ରାଜଧାନୀ ନୋ ଫ୍ଲାଇିଂ ଜୋନ୍ ଘୋଷଣା ହୋଇଛି। ବ୍ଲୁ ବୁକ ଅନୁସାରେ ଏସପିଜି ସହ ଆଲୋଚନା କରାଯିବ ପରେ ବିମାନବନ୍ଦରରେ ସିଆଇଏସଏଫ ପୁଲିସ ମୁତୟନ ହୋଇଛନ୍ତି।

ରାଜଭବନରେ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ପାଇଁ ୩ ଜଣ ଡିଏସପି, ୧୦ ଏସସିପି, ୧୭ ଆଇଆଇସି, ୯୦ ଏସଆଇ ଏବଂ ଏସଆଇ ନିୟୋଜିତ ହୋଇଛନ୍ତି। ମୋଟ୍ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ କଂଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତାକୁ ବାରିକେଡ କରାଯିବ। ପୁଲିସ କମିସନର ସଂଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି।

ଏହି ଗସ୍ତର ୩ ଦିନ ପରେ ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶା ଆସିବେ। ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କରିବେ। ମେ’ ୧୧ ତାରିଖରେ ବଲାଙ୍ଗୀରରେ ଜନସଭାକୁ ସମ୍ବୋଧିତ କରିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button