ଦେଶ- ବିଦେଶ

ଭାରତୀୟ ସେନାର ଦ୍ବିତୀୟ ବିଶ୍ବଯୁଦ୍ଧ ଯୋଦ୍ଧାଙ୍କ ପରଲୋକ – Kalinga News

[ad_1]

ନୂଆଦିଲ୍ଲୀ : ଭାରତୀୟ ସେନାର ଦ୍ବିତୀୟ ବିଶ୍ବଯୁଦ୍ଧ ଯୋଦ୍ଧା ସୁବେଦାର ଥାନେସିଆଙ୍କର ମୃତ୍ୟୁ ହୋଇଯାଇଛି। ୧୦୨ ବର୍ଷ ବୟସରେ ସୁବେଦାରଙ୍କର ପରଲୋକ ଘଟିଛି। ମିଜୋରାମ ବାସିନ୍ଦା ସୁବେଦାରଙ୍କର ଗତକାଲି ମୃତ୍ୟୁ ହୋଇଛି। କୋହିମା ଯୁଦ୍ଧରେ ତାଙ୍କର ବୀରତ୍ବ ପ୍ରଦର୍ଶନ ପାଇଁ ସେ ବେଶ୍ ପ୍ରଖ୍ୟାତ ଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧରେ ତାଙ୍କ ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ ଥିଲା। ସୁବେଦାରଙ୍କୁ ହରାଇ ଦେଶ ଶୋକ ପାଳନ କରୁଛି ବୋଲି ଭାରତୀୟ ସେନାର ଆସାମ ରେଜିମେଣ୍ଟ୍ ପକ୍ଷରୁ କୁହାଯାଇଛି। ଅବସର ପରେ ମଧ୍ୟ ସୁବେଦାର ଥାନେସିଆ ଦେଶ ଏବଂ ସମ୍ପ୍ରଦାୟ ପ୍ରତି ତାଙ୍କ ପ୍ରେରଣା ପାଇଁ ସାରା ଜୀବନ ମନେ ରହିବେ। ଅବସର ପରେ ସୁବେଦାର ଯୁବଗୋଷ୍ଠୀ ମଧ୍ୟରେ ଦେଶଭକ୍ତିର ଭାବନା ଭରି ଦେଇଛଛନ୍ତି। ଏଥିପାଇଁ ସେ ସାରା ଜୀବନ ମନେ ରହିବେ ବୋଲି ସେନା ପକ୍ଷରୁ କୁହାଯାଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button