ରାଜନୀତି

ଏଏପି ବିଧାୟକଙ୍କ ଅଭିଯୋଗ: ମତେ ୨୫ କୋଟି ଟଙ୍କା ଆଉ ମନ୍ତ୍ରୀ କରିବାକୁ ଅଫର ଦିଆଯାଇଛି – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଆମ୍ ଆଦମୀ ପାର୍ଟି(ଏଏପି) ବିଧାୟକମାନେ ବିଜେପିକୁ ଚାନ୍ଦା ଦେବା ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ୬୦ କୋଟି ଟଙ୍କା ଚାନ୍ଦା ଦେବା ନେଇ ଏଏପି ବିଧାୟକମାନେ ବିଜେପିକୁ ଘେରିଛନ୍ତି। ପ୍ରବଳ ହଟ୍ଟଗୋଳ ଯୋଗୁ ବିଧାନସଭାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କିରାଡ଼ି ବିଧାନସଭା ଆସନର ବିଧାୟକ ଋତୁରାଜ ଝା ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ବିଜେପି ପକ୍ଷରୁ ମତେ ୨୫ କୋଟି ଟଙ୍କା ଏବଂ ପୂର୍ବାଞ୍ଚଳ କୋଟାରୁ ମନ୍ତ୍ରୀ ପଦ ଦେବାକୁ ଅଫର ପ୍ରଦାନ କରାଯାଇଛି।

୧୦ ବିଧାୟକଙ୍କୁ ବିଜେପିରେ ସାମିଲ କଲେ ମନ୍ତ୍ରୀପଦ ମିଳିବ ବୋଲି ମତେ କୁହାଯାଇଛି। ସୋମବାର ସକାଳେ ଏହି ଅଫର ସମ୍ପର୍କରେ କାହାକୁ ନ କହିବାକୁ ତାଙ୍କୁ ଫୋନ୍‌ରେ ଧମକ ଦିଆଯାଇଥିବା ସେ କହିଛନ୍ତି।

ଋତୁରାଜ ବିଧାନସଭାରେ କହିଛନ୍ତି ମୁଁ କେବଳ ଫୋନ୍ ନମ୍ବର ଦେବି ନାହିଁ, ଉପଯୁକ୍ତ ପ୍ରମାଣ ମଧ୍ୟ ଦେବି। ମୁଁ ବିଜେପିର ଅପରେସନ ଲୋଟସ୍‌ର ପର୍ଦ୍ଦାଫାଶ୍ କରିବି। ଦିଲ୍ଲୀରେ ପୁଣି ଥରେ  ଅପରେସନ ଲୋଟସ୍‌ ବିଫଳ ହୋଇଥିବା ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଧମକ ମିଳୁଥିଲା ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲଗାଇଦେବୁ। ଗତକାଲି ରବିବାର ଏକ ବିବାହ ଉତ୍ସବକୁ ମୁଁ ଯାଇଥିଲି। ମତେ ଏକୁଟିଆ ଡାକି କୁହାଯାଇଥିଲା ଆପଣଙ୍କୁ ଦୀର୍ଘ ଦିନ ଧରି ବହୁତ ବୁଝାଇବାକୁ ପ୍ରୟାସ କରୁଛୁ। ଦିଲ୍ଲୀରୁ କିଛି ମିଳିବାର ଆଶା ନାହିଁ। ଆମ କଥା ମାନି ନିଅ ବୋଲି ତାଙ୍କୁ କୁହାଯାଇଥିବା ଋତୁରାଜ ଅଭିଯୋଗ ଆଣିଛନ୍ତି। ଋତୁରାଜଙ୍କୁ ୩-୪ ଜଣ ଲୋକ ଏକୁଟିଆ ଡାକି ପାଖରେ ବସାଇ ଏଭଳି ଅଫର ଦେଇଥିବା ସେ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button