ବିହାର, ଓଡ଼ିଶାରେ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ – Kalinga News

[ad_1]
ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନରେ ବିହାର ଏବଂ ଓଡ଼ିଶା ପାଇଁ ପ୍ରାର୍ଥୀ ଚୟନ କରିବାକୁ କଂଗ୍ରେସ ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ କରିଛି। ମିଳିଥିବା ସୂଚନାନୁଯାୟୀ ମହମ୍ମଦ ଜାୱେଦ ଏବଂ ତାରିକ ଅନୱରଙ୍କ ନାଁ ବିହାରର କିଶାନଗଞ୍ଜ ଏବଂ କଟିହାର ଆସନ ପାଇଁ ଘୋଷଣା ହୋଇଛି। ଜାୱେଦ ଏବେ କିଶାନଗଞ୍ଜରେ ସାଂସଦ ଅଛନ୍ତି। ଇତି ମଧ୍ୟରେ ଭାଗଲପୁର ଆସନରେ କୌଣସି ନିଷ୍କର୍ସ ବାହାରି ପାରିନି। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ. ରାଜ୍ୟସଭା ସାଂସଦ ଏବଂ ପୂର୍ବତନ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଏବଂ ସିଇସିର ଅନ୍ୟ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ବିହାରରେ କଂଗ୍ରେସ ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀଙ୍କ ସହ ନିର୍ବାଚନ ଲଢ଼ୁଛି। ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ), ସିପିଆଇ,, ସିପିଏମ , ସିପିଆଇ(ଏମଏଲ) ଲିବରେସନ ଏବଂ ଅନ୍ୟ ଦଳ ଗୁଡ଼ିକ ଏହି ଇଣ୍ଡିଆ ମେଣ୍ଟରେ ସାମିଲ । ଆସନ ବୁଝାମଣାର ଅଂଶ ଭାବେ ଆରଜେଡି ୨୬ ଆସନରେ ନିର୍ବାଚନ ଲଢ଼ିବ। କଂଗ୍ରେସକୁ ୯ ଆସନ ଥିବାବେଳେ ସିପିହଆଇଏମଏଲ ଲିବରେସନକୁ ୩ ଏବଂ ସିପିଆଇ ଓ ସିପିଆଇଏମକୁ ଗୋଟିଏ ଲେଖାଏଁ ଆସନ ମିଳିଛି। ଉଲ୍ଲେଖଯୋଗ୍ୟ ଯେ ବିହାରରେ ୪୦ଟି ଲୋକସଭା ଆସନରେ ଏପ୍ରିଲ ୧୯,୨୬, ମେ’ ୭, ୧୩, ୨୦ , ୨୫ ଏବଂ ଜୁନ୍ ୧ ତାରିଖରେ ଭୋଟ୍ ଅଛି। ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିବ।
[ad_2]