ରାଜନୀତି

ଏନସିପି କାହାର ? ଆସିଲା ନିର୍ବାଚନ କମିସନଙ୍କ ବଡ଼ ନିଷ୍ପତ୍ତି – Kalinga News

[ad_1]

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଦଳର ନିୟନ୍ତ୍ରଣକୁ ନେଇ ଦାଦା ପୁତୁରା-ଶରଦ ପାଓ୍ବାର ଓ ଅଜିତ ପାଓ୍ବାରଙ୍କ ମଧ୍ୟରେ ଚାଲିଥିବା ବିବାଦରେ ନିର୍ବାଚନ କମିସନ ମଙ୍ଗଳବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ପୁତୁରା ଅଜିତ ପାୱାରଙ୍କ ଗୋଷ୍ଠୀ ହେଉଛି ପ୍ରକୃତ  ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ ଏହାର ନିର୍ବାଚନ ଚିହ୍ନ ଏହା ଅଧିନରେ ରହିବ । ନିର୍ବାଚନ କମିଶନଙ୍କ ଠାରୁ ଶରଦ ପାୱାର ଗୋଷ୍ଠୀ ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି । ଗତ ୬ ମାସ ମଧ୍ୟରେ ନିର୍ବାଚନ କମିଶନଙ୍କ ନିକଟରେ ୧୦ରୁ ଅଧିକ ଶୁଣାଣି ପରେ ଅଜିତ ପାୱାରଙ୍କୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ନାମ ଓ ଚିହ୍ନ ଦିଆଯାଇଛି। ଅଜିତ ପାୱାର ତାଙ୍କ ମାମୁଁ ଶରଦ ପାୱାରଙ୍କ ଦଳରୁ ଅଲଗା ହେବା ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଏକନାଥ ସିନ୍ଦେ ସରକାରରେ ଯୋଗ ଦେଇସାରିଛନ୍ତି ।

କମିସନ ଉଭୟ ଗୋଷ୍ଠୀ ଦ୍ୱାରା ଦାଖଲ ହୋଇଥିବା ସମର୍ଥନର ସତ୍ୟପାଠ ଯାଞ୍ଚ କରିଥିଲେ ଏବଂ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ଆବେଦନକାରୀ (ଅଜିତ ପାୱାର)ଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ବହୁସଂଖ୍ୟକ ବିଧାୟକଙ୍କ ସମର୍ଥନ ରହିଛି। ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି  ନିର୍ବାଚନ ଚିହ୍ନ ଆଦେଶ ୧୯୬୮ ଅନୁଯାୟୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଖରେ ଘଡ଼ି ଚିହ୍ନ ରହିବ ବୋଲି କମିସନ ନିର୍ଦ୍ଦେଶ ଦେଇଛନ୍ତି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button