ଆଇପିଏଲ୍ର ୧୪ତମ ମ୍ୟାଚ୍: ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ – Kalinga News

[ad_1]
ମୁମ୍ବାଇ: ଆଇପିଏଲ୍ ୨୦୨୪ର ୧୪ ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଏବଂ ରାଜସ୍ଥାନ ରୟାଲ୍ସ (ଆର୍ଆର୍) ସୋମବାର ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ରାଜସ୍ଥାନ ରୟାଲ୍ସ ପ୍ଲେଇଙ୍ଗ୍ ୧୧ରେ ଯଶସ୍ବୀ ଜୟୱାଲ, ଜୋସ୍ ବଟଲର, ସଞ୍ଜୁ ସାମସନ (ଅଧିନାୟକ ଓ ୱିକେଟ କିପର), ରିୟାନ ପରାଗ, ଧ୍ରୁବ ଜୁରେଲ, ଶିମରନ ହେଟମାୟର, ରବିଚନ୍ଦ୍ରନ ଅଶ୍ବିନ, ଟ୍ରେଣ୍ଟ୍ ବୋଲ୍ଟ, ଅବେଶ ଖାନ, ନନ୍ଦେ ବର୍ଗର, ୟୁଜବେନ୍ଦ୍ର ଚହଲ ରହିଛନ୍ତି।
ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଇଙ୍ଗ୍ ୧୧ରେ ଇଶାନ କିଶନ (ୱିକେଟ କିପର), ରୋହିତ ଶର୍ମା, ନମନ ଧୀର, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଟିମ୍ ଡେଭିଡ, ଗେରାଲ୍ଡ କୋଏତଜୀ, ପୀୟୂଷ ଚାୱଲା, ଆକାଶ ମଧୱାଲ, ଜସପ୍ରୀତ୍ ବୁମ୍ରା, କ୍ବେନା ମଫାକା ରହିଛନ୍ତି।
ଆଇପିଏଲ୍ରେ ଇତି ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ୧୫ ଥର ଭେଟ ହୋଇଛନ୍ତି। ସେଥିମଧ୍ୟରୁ ୧୨ଟି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ୩ଟିରେ ବିଜୟୀ ହୋଇଛି।
[ad_2]