ମହିଳାଙ୍କୁ ହତ୍ୟା ଧମକ, ଯନ୍ତ୍ରୀଙ୍କ ନାଁରେ ମାମଲା – Kalinga News

[ad_1]
କେନ୍ଦୁଝର: କେନ୍ଦୁଝର ପୁରୁଣାବଜାର ହାଉସିଂ ବୋର୍ଡ କଲୋନିରେ ଗାୟତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟାଙ୍କୁ ଦୁର୍ବ୍ୟବହାର ଓ ହତ୍ୟା ଧମକ ଦେବା ଅଭିଯୋଗରେ ପୌରପାଳିକାର କନିଷ୍ଠ ଯନ୍ତ୍ରୀ ଦେବାଶିଷ ପଲେଇଙ୍କ ବିରୋଧରେ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ ହୋଇଛି। ସ୍ନେହଲତା ମହାପାତ୍ରଙ୍କ ଅଭିଯୋଗ ଆଧାରରେ ପୁଲିସ କେସ୍ ନମ୍ବର ୧୮୧/୨୦୨୪ରେ ମାମଲା ରୁଜୁ କରିଛି। କନିଷ୍ଠ ଯନ୍ତ୍ରୀ ଦେବାଶିଷ ପଲେଇ ପୌରପାଳିକା କାର୍ଯ୍ୟାଳୟକୁ ଆସି କାମ କରୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଅନୁଯାୟୀ, ହାଉସିଂ ବୋର୍ଡ କଲୋନି ନିକଟରେ ୫ ଲକ୍ଷ ଟଙ୍କା ବ୍ୟୟରେ କୀର୍ତ୍ତନସ୍ଥଳ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର ହୋଇଥିଲା। କନିଷ୍ଠ ଯନ୍ତ୍ରୀଙ୍କ ନିର୍ଦେଶକ୍ରମେ ପଡ଼ିଆରେ ଥିବା ଦୁଇଟି ଗଛ ବଦଳରେ ୪ଟି ଗଛ କାଟି ଦିଆଯିବାରୁ ବନ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଏହାକୁ ନେଇ ଗତ ୧୫ ତାରିଖରେ କନିଷ୍ଠ ଯନ୍ତ୍ରୀ ଦେବାଶିଷ ପଲେଇ, ଠିକାଦାର ଓ ତାଙ୍କ ସମର୍ଥକମାନେ ସ୍ନେହଲତାଙ୍କ ଘରକୁ ଯାଇ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଅଭିଯୋଗକାରିଣୀ ଏସ୍ପିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
[ad_2]




