ପ୍ରଚାରରେ ମନ୍ମଥ: ‘ଏଥର ଯୋଡ଼ି ଶଙ୍ଖ ବାଜିବ’ – Kalinga News

[ad_1]
ଭୁବନେଶ୍ୱର: ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। ହେଲେ ଆଜି ବିଜେଡିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଭାବେ ମନ୍ମଥ ରାଉତରାୟଙ୍କ ସହ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଏକାଠି ଏକ ସଭାରେ ଦେଖିବାକୁ ମିଳିଛି। ଲକ୍ଷ୍ମୀସାଗର ପତିତପାବନମନ୍ଦିରରେ ଏକ ସାଧାରଣ ସଭାରେ ଉଭୟ ‘ଏଥର ଯୋଡ଼ି ଶଙ୍ଖ ବାଜିବ’ ବୋଲି କହିଛନ୍ତି। ପୂର୍ବରୁ ସାଂସଦ ଆସନ ବିଜେପିକୁ ଯାଇଥିବାରୁ ଏଥର ଯେମିତି ଭୁଲ ନ ହୁଏ ସେଥିପାଇଁ ନଜର ରଖିବାକୁ ଉଭୟ କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ମନ୍ମଥ କହିଥିଲେ, ପାଇଲଟ୍ ଭାବରେ ମୁଁ ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବା ଶିଖିଛି। ଏଣୁ ଏ ରାଜନୀତି କ୍ଷେତ୍ର ବୁକେଇ ଯିବନି। ବିଧାୟକ ଶ୍ରୀ ଜେନା କହିଛନ୍ତି, ବିଏମ୍ସି ମେୟର ଥିବା ବେଳୁ ଲୋକଙ୍କ ସମସ୍ୟା ସମାଧାନ କରିବା ଅଭ୍ୟାସ ରଖିଛି। ଛୋଟରୁ ବୟସ୍କଙ୍କ ପର୍ଯ୍ୟନ୍ତ ଅଭିଯୋଗ ଶୁଣିବା ଓ ସମାଧାନ କରିବା ଏବେ ବି ଜାରି ରହିଛି ଓ ଆଗକୁ ଜାରି ରହିବ। ପତିତପାବନଙ୍କ ଆଶୀର୍ବାଦ ଓ ଲୋକମାନଙ୍କ ଭଲପାଇବା ପୁଣି ଥରେ ବିଜେଡିକୁ ଆଗକୁ ନେବ। ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ଭରତ ଲେଙ୍କା ଓ ପୁଷ୍ପାଞ୍ଜଳୀ ସେଠୀ, ଭୁବନେଶ୍ବର ସଭାପତି(ମଧ୍ୟ) ରବୀନ୍ଦ୍ର ଛୋଟରାୟ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ପ୍ରତିନିଧି ଶୁଭ୍ରାଂଶୁ ମିଶ୍ର, ଯୁବ ବିଜେଡି ଉପସଭାପତି ଦିଲ୍ଲୀପ ସେନାପତି, ମହିଳା ବିଜେଡି ସାଧାରଣ ସମ୍ପାଦିକା ଶାଶ୍ୱତୀ ଲେଙ୍କା, ଯୁବ ବିଜେଡି ସମ୍ପାଦିକା ପୂଜାରାଣୀ ରାଉତ, ବରିଷ୍ଠ ବିଜେଡି ନେତା ଦୀପକ ପରିଡ଼ା ଓ ଅଜୟ ଲେଙ୍କା ପ୍ରମୁଖଙ୍କ ସମେତ ଶତାଧିକ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ।
[ad_2]