ରାଜନୀତି

ବିଜେପିର ନିର୍ବାଚନୀ ଇସ୍ତାହାର କମିଟି ଗଠିତ, ରାଜନାଥ ସିଂହ ଅଧ୍ୟକ୍ଷ – Kalinga News

[ad_1]

୨୭ ଜଣିଆ କମିଟିରେ ଧର୍ମେନ୍ଦ୍ର, ଅଶ୍ବିନୀ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଲୋକସଭା ନିର୍ବାଚନ-୨୦୨୪ ପାଇଁ ୨୭ ଜଣିଆ ନିର୍ବାଚନୀ ଇସ୍ତାହାର କମିଟି ଗଠନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆବାହକ ଓ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ସହ ସଂଯୋଜକ କରାଯାଇଛି। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା ଏହି କମିଟି ଗଠନକୁ ଅନୁମୋଦନ କରିଛନ୍ତି। ଇସ୍ତାହାର କମିଟିରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଭୁପେନ୍ଦ୍ର ଯାଦବ, ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ ଓ ରାଜୀବ ଚନ୍ଦ୍ରଶେଖରଙ୍କ ବ୍ୟତୀତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କିଛି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ କମିଟିରେ ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ହେଲେ ଶିବରାଜ ସିଂହ ଚୌହାନ ଓ ବସୁନ୍ଧରା ରାଜେ। ଏହି କମିଟିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ, ରାଧା ମୋହନ ଦାସ ଅଗ୍ରୱାଲ, ରାଷ୍ଟ୍ରୀୟ ସମ୍ପାଦକ ମନଜିନ୍ଦର ସିଂହ ସିରସା, ଓପି ଧନକର ଓ ଅନୀଲ ଆଣ୍ଟୋନି ରହିଛନ୍ତି। ଗତ ମାସରେ ବିଜେପି ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଥିଲା। ଲୋକଙ୍କଠାରୁ ମତାମତ ନେବା ପାଇଁ ଦଳ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଅଭିଯାନ ଆରମ୍ଭ କରାଯାଇଛି। ବିଜେପି ନିଜର ଇସ୍ତାହାରକୁ ‘ସଂକଳ୍ପ ପତ୍ର’ ଭାବେ ଉପସ୍ଥାପନ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଏଥର ଗରିବ, ଯୁବକ, କୃଷକ ଓ ମହିଳାଙ୍କୁ ଦୃଷ୍ଟିରେ ରଖି ଇସ୍ତାହାର ପ୍ରସ୍ତୁତ କରାଯାଉଛି। ଏଥର ଦଳର ଇସ୍ତାହାର ‘୨୦୪୭ ସୁଦ୍ଧା ବିକଶିତ ଭାରତ ଯୋଜନା’ ଉପରେ ଆଧାରିତ ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button