ରାଜନୀତି

ବିଜେଡି ବିଧାୟକ ପ୍ରାର୍ଥୀ ଘୋଷଣା ପରେ ବଢୁଛି ଅସନ୍ତୋଷ – Kalinga News

[ad_1]

ଭବାନୀପାଟଣା ବିଧାନସଭା ନିର୍ବାଚନମଣ୍ଡଳୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ପତ୍ନୀ ଲଳିତା ନାଏକଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଘୋଷଣାର ୨ଦିନ ପରେ ଏସ୍‌ଏଚ୍‌ଜି ମହିଳାମାନଙ୍କ ଦ୍ବାରା ମହିଳା ଜାଗରଣ କାର୍ଯ୍ୟକ୍ରମ କରାଯାଇ ଲଳିତାଙ୍କ ପ୍ରାର୍ଥିତ୍ବକୁ ବିରୋଧ କରାଯାଇଛି। ମହିଳା ଜାଗରଣ ନାମରେ ଭବାନୀପାଟଣା ସହରର ବିଭିନ୍ନ ୱାର୍ଡର ମହିଳା ଓ ସରଲାଞ୍ଜି, ଇଚ୍ଛାପୁର ଆଦି ଅଞ୍ଚଳର ମହିଳାମାନେ ଶୁକ୍ରବାର ଶୋଭାଯାତ୍ରାରେ ଭବାନୀପାଟଣା ସହର ପରିକ୍ରମା କରିଥିଲେ। ସେମାନେ ଏସ୍‌ଏଚ୍‌ଜି ନେତ୍ରୀ ଛାୟାକାନ୍ତି ଖମାରୀଙ୍କୁ ବିଜେଡିରୁ ଟିକେଟ ଦିଆଯାଉ ବୋଲି ଦାବି କରିଥିଲେ। ବିଜେଡି ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଜ ଟିକେଟ ସୁରକ୍ଷିତ କରିବା ପାଇଁ ସଦର ଆସନ ଲଳିତାଙ୍କୁ ଛାଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି।

ଭବାନୀପାଟଣା ପୌରାଧ୍ୟକ୍ଷା ନିର୍ବାଚନରେ ମହିଳା ଏସ୍‌ଏଚ୍‌ଜି ମଧ୍ୟରୁ ସଂଯୁକ୍ତା ବେହେରାଙ୍କୁ ଯେଭଳି ବିଜେଡି ଟିକେଟ ଦେଇଥିଲା, ସେହିଭଳି ଏସ୍‌ଏଚ୍‌ଜି ମହିଳାଙ୍କ ମଧ୍ୟରୁ ବିଧାନସଭା ନିର୍ବାଚନରେ ମଧ୍ୟ ଜଣଙ୍କୁ ବିଜେଡି ପ୍ରାର୍ଥୀ କରୁ ବୋଲି ଦାବି କରାଯାଇଥିଲା। ସଦର ବିଧାନସଭା ଆସନ ପାଇଁ ଏସ୍‌ଏଚ୍‌ଜି ପକ୍ଷରୁ ବିଜେଡି ପ୍ରାର୍ଥୀ ହେବାକୁ ଛାୟାକାନ୍ତି ଖମାରୀ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ବଞ୍ଚିତ କରାଯାଇଛି ବୋଲି ମହିଳାମାନେ କ୍ଷୋଭ ପ୍ରକାଶ କରିଥିଲେ। ଏନେଇ ସେମାନେ ଭୁବନେଶ୍ବର ଯାଇ ଦଳୀୟ ନେତୃତ୍ବଙ୍କ ଆଗରେ ଫେରାଦ ହେବେ ବୋଲି କହିଛନ୍ତି। ଯଦି ସେମାନଙ୍କ ଦାବି ପୂରଣ କରାନଯାଏ ତା’ହେଲେ ସେମାନେ ବିଜେଡିକୁ ସମର୍ଥନ କରିବେ ନାହିଁ ବୋଲି ଖୋଲାଖୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏନେଇ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପଚାରିବାରୁ ସେଭଳି କେହି ବିଜେଡି ଟିକେଟ ନିମନ୍ତେ ଆବେଦନ କରିନାହାନ୍ତି ଓ ଏନେଇ ସେ ଅବଗତ ନାହାନ୍ତି ବୋଲି କହିଥିଲେ। ବର୍ତ୍ତମାନ ଏହି ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button