ମନୋରଞ୍ଜନ

ହୃଦଘାତ ନେଲା ମଲୟାଲମ ଅଭିନେତାଙ୍କ ଜୀବନ, ଧନୁଷ-ବିଜୟଙ୍କ ସହ କରିଥିଲେ କାମ – Kalinga News

[ad_1]

ନୂଆଦିଲ୍ଲୀ: ହୃଦଘାତ ନେଲା ମଲୟାଲମ ଅଭିନେତାଙ୍କ ଜୀବନ। ମାର୍ଚ୍ଚ ୨୯ ଶୁକ୍ରବାର ଦିନ ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ଦେହାନ୍ତ ହୋଇଛି। ତାଙ୍କର ହଠାତ୍ ହୃଦଘାତ ହେବା ପରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବାଲାଜୀଙ୍କ ଅନ୍ତିମ ସଂସ୍କାର ଆଜି ଅନୁଷ୍ଠିତ ହେବ ବୋଲି କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ବର୍ଷ ବୟସ ହୋଇଥିଲା।

ବାଲାଜୀଙ୍କ ଦେହାନ୍ତ ଖବର ଦେଇ ଫିଲ୍ମ ଆନାଲିଷ୍ଟ ଶ୍ରୀଧର ପିଲ୍ଲାଇ ତାଙ୍କ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ଲେଖାଯାଇଛି “ଜଣେ ଭଲ ଅଭିନେତା ଭାବେ ଜଣାଶୁଣା ଡାନିଏଲ ବାଲାଜୀ (୪୮)ଙ୍କର ହୃଦ୍‌ଘାତ ହେବାରୁ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ କାମକୁ କିଏ ଅବା ଭୁଲି ପାରିବ। ”

ଶ୍ରୀଧରଙ୍କ ଏହି ପୋଷ୍ଟ ପରେ ଡାନିଏଲଙ୍କ ପ୍ରଶଂସକ ଓ ମଲୟାଲମ ଇଣ୍ଡଷ୍ଟ୍ରିର କଳାକାରମାନେ ଶୋକପ୍ରକାଶ କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ୨୦୦୨ରେ ଚଳଚ୍ଚିତ୍ର ଏପ୍ରିଲ୍ ମାଧଥିଲ୍ ସହିତ ତାମିଲ୍ ଇଣ୍ଡଷ୍ଟ୍ରିରେ ଡାନିଏଲ୍ ବାଲାଜୀ ଅଭିନୟ ଆରମ୍ଭ କରିଥିଲେ। ହେଲେ ତାଙ୍କୁ ଗୌତମ ମେନନ୍ ଏବଂ ସୂର୍ଯ୍ୟ-ଜ୍ୟୋତିକାଙ୍କ ଅଭିନୀତ ଫିଲ୍ମ କାଖା କାଖ‌ାରୁ ଲୋକପ୍ରିୟତା ମିଳିଥିଲା। ଏହା ପରେ ସେ ବିଧି ମଧୀ ଉଲଟା ଏବଂ ପୋଲ୍ଲାଧବନ ସମେତ ଅନ୍ୟାନ୍ୟ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ଥଲପତି ବିଜୟଙ୍କ ସହିତ ଫିଲ୍ମ ବୈରବ ଓ ବିଗିଲ୍ ଏବଂ ଧନୁଷଙ୍କ ସହିତ ଫିଲ୍ମ ବଡା ଚେନ୍ନାଇରେ ମଧ୍ୟ ଅଭିନୟ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button