ରାଜନୀତି

ଦଳରେ ଅଲୋଡ଼ା ହେବାରୁ ବିଜେଡି ଛାଡ଼ିଲି: ପ୍ରିୟଦର୍ଶୀ ମିଶ୍ର – Kalinga News

[ad_1]

ଭୁବନେଶ୍ବର: ବିଜେଡି ଛାଡ଼ିବାର କାରଣ ସଂପର୍କରେ ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ମନ କଥା କହିଛନ୍ତି। ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, ବିଜେଡିରେ କିଛି କୁଚକ୍ରୀ ଗୋଷ୍ଠୀ ଅଛନ୍ତି, ଯେଉଁମାନେ ପୁରୁଣା ଲୋକଙ୍କୁ ବାହାର କରିବାକୁ ଚାହୁଁଛନ୍ତି। ମୁଁ ୩୦ ବର୍ଷରୁ ଅଧିକ ସମୟ ଧରି ମୁଁ ନିଷ୍ଠାର ସହିତ ବିଜେଡି ପାଇଁ କାମ କରିଛି। କିନ୍ତୁ ଦଳ ମୋତେ କ୍ରମାଗତ ଭାବେ ଅବହେଳା କରିଛି। ଦଳରେ ମୋର ବୋଧେ ଆଉ ସ୍ଥାନ ନାହିଁ। ମୋତେ ଦଳର କୌଣସି କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଉ ନାହିଁ। ଦୀର୍ଘ ବର୍ଷ ଧରି ଦଳର କୌଣସି କାର୍ଯ୍ୟକ୍ରମକୁ ଡକା ଯାଉନି। ତେଣୁ ମୁଁ ଆଉ ଦଳରେ ରହିବା କଥା ନୁହେଁ ବୋଲି ହୃଦ୍‌ବୋଧ ହେଲା। ଏନେଇ ଦଳୀୟ ଫୋରମରେ ଜଣାଇବା ପରେ ମଧ୍ୟ କିଛି ଲାଭ ହେଲାନାହିଁ।

ସେ ଆହୁରି କହିଛନ୍ତି, ଦଳ ମୋତେ ଲଗାତାର ଧୋକା ଦେଇ ଚାଲିଛି। ୨୦୧୯ରେ ମୋତେ ଟିକେଟ ଦିଆଯାଇ ନଥିଲା। ତଥାପି  ମୁଁ ଅସନ୍ତୋଷ ଜାହିର କରିନଥିଲି। ପରେ ମୋତେ ହାଉସିଂ ବୋର୍ଡର ଅଧ୍ୟକ୍ଷ ପଦ ଦିଆଯାଇଥିଲା, କିନ୍ତୁ ଅଧାରୁ ମୋତେ ସେ ଦାୟିତ୍ୱ ଛାଡ଼ିଦେବାକୁ କୁହାଯାଇଥିଲା। ଏଣୁ ବିଜେଡିରେ ରହିବାର ଆବଶ୍ୟକତା ନାହିଁ ବୋଲି ଅନୁଭବ କରି ବିଜେଡି ଛାଡ଼ିଲି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button