ରାଜନୀତି

ହରିୟାଣା ସଙ୍କଟ ଘନେଇଲା: ଚୌତାଲା ପରିବାର ଉପରେ ଆଖି – Kalinga News

[ad_1]

ଚଣ୍ଡିଗଡ଼: ଲୋକସଭା ନିର୍ବାଚନ ସମୟରେ ଏବେ ହରିୟାଣାରେ ରାଜନୈତିକ ସଙ୍କଟ ଦେଖାଦେଇଛି। ହରିୟାଣାରେ ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାର ସଂଖ୍ୟା‌ଲଘୁ‌ରେ ପରିଣତ ହୋଇଥିବା‌ ବେଳେ କଂଗ୍ରେସ ଏବେ ନାଏବ ସିଂହ ସୈନି ସରକାର ଭାଙ୍ଗିବାପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିବାକୁ ସବୁ ବଳ ଖଟାଇ ଦେଇଛି। ୩ ଜଣ ସ୍ବାଧୀନ ବିଧାୟକ ବି‌ଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବାପରେ ହରିୟାଣାରେ ବିଜେପି ପାଇଁ ବଡ଼ ସଙ୍କଟ ସୃଷ୍ଟି ହୋଇଛି। ୩ ସ୍ବାଧୀନ ବିଧାୟକ ସୋମବୀର ସାଙ୍ଗୱନ (ଦାଦ୍ରି), ରଣଧୀର ସିଂହ ଗୋଲ୍ଲେନ (ପୁନ୍ଦ୍ରି) ଏବଂ ଧର୍ମପାଲ ଗୋନ୍ଦର (ନିଲୋଖେଡ଼ି) ଗତକାଲି ରୋହତକରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରୁଥିବା ଘୋଷଣା କରିଥି‌ଲେ। ସେମାନଙ୍କ ସହ ରାଜ୍ୟ ବିଧାସନଭାରେ ବିରୋଧୀ ଦଳ ନେତା ଭୁପିନ୍ଦର ସିଂହ ହୁଦା ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ଉଦୟ ଭାନ୍‌ ମଧ୍ୟ ଉପସ୍ଥିତ ଥିଲେ।

ଗଣମାଧ୍ୟମରେ ଉଦବୋଧନ ଦେଇ ହୁଦା କହିଛନ୍ତି, ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଉଚିତ। ଏକ ଜନବିରୋଧୀ ସରକାର କ୍ଷମତାରୁ ହଟିବା ଜରୁରୀ ବୋଲି ସେ କହିଛନ୍ତି। ତେବେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ ବାଚସ୍ପତି ଜ୍ଞାନ ଚାନ୍ଦ ଗୁପ୍ତା କହିଛନ୍ତି, ହୁଦାଙ୍କ ଦାବି ଅନୁଯାୟୀ ପୂର୍ବରୁ ସଂଖ୍ୟାଗରିଷ୍ଠତା ପ୍ରମାଣ ଦିଆସରିଛି ଏବଂ ଆସନ୍ତା ୬ ମାସ ପର୍ଯ୍ୟନ୍ତ ପୁଣି ଥରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାର କିଛି ଆବଶ୍ୟକତା ନାହିଁ। ରାଜ୍ୟରେ ନୂଆ ରାଜନୈତିକ ସଙ୍କଟ ଆରମ୍ଭ ହୋଇଥିବା ବେଳେ ବିଜେପିର ପୂର୍ବତନ ସହଯୋଗୀ ଜେଜେପି (ଜନନାୟକ ଜନତା ପାର୍ଟି) ଇତିମଧ୍ୟରେ କଂଗ୍ରେସକୁ ସମର୍ଥନ ପ୍ରଦାନ କରିଛି। ଜେଜେପି ନେତା ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତାଲା କହିଛନ୍ତି, ସରକାର ଲୋକଙ୍କ ଆସ୍ଥା ହରାଇଲା। ଆମେ ସରକାର ଭାଙ୍ଗିବାପାଇଁ ସମର୍ଥନ କରିବୁ। କଂଗ୍ରେସ ଏ ଦିଗରେ ପଦ‌‌କ୍ଷେପ ନେବ କି ନାହିଁ ନିଷ୍ପତ୍ତି ନେବା ଉଚିତ। ୯୦ ଆସନ ବିଶିଷ୍ଟ ବିଧାନସଭାରେ ଜେଜେପିର ୧୦ ଜଣ ବିଧାୟକ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button