ମନୋରଞ୍ଜନ

ଏହି ସିନେମା ପାଇଁ ପାରିଶ୍ରମିକ ନେଇନାହାନ୍ତି ଅଙ୍କିତା – Kalinga News

[ad_1]

ନିକଟରେ ପରଦାକୁ ଆସିଛି ଅଙ୍କିତା ଲୋଖଣ୍ଡେଙ୍କ ଅଭିନୀତ ‘ସ୍ବତନ୍ତ୍ର ବୀର ସବରକର’। ଏଥିରେ ଅଙ୍କିତା ଶୀର୍ଷକ ଚରିତ୍ର ବି‌ନାୟକ ଦାମୋଦର ସବରକରଙ୍କ ପତ୍ନୀ ଯମୁନାବାଈଙ୍କ ଭୂମିକା ନିଭାଇଛନ୍ତି। ଏବେ ଏହି ସିନେମାକୁ ନେଇ ନିର୍ଦ୍ଦେଶକ-ପ୍ରଯୋଜକ ସଂଦୀପ ସିଂହ ଏକ ବଡ଼ ରହସ୍ୟ ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି, ଅଙ୍କିତା ଏହି ସିନେମାରେ ଅଭିନୟ କରିବା ପାଇଁ କୌଣସି ପାରିଶ୍ରମିକ ନେଇନାହାନ୍ତି। ବୀର ସବରକରଙ୍କ ଜୀବନକାହାଣୀ ଆଧାରିତ ଏହି ସିନେମାରେ ଅଭିନୟ ପାଇଁ ଅଙ୍କିତା ଏକ ଅଜବ ସର୍ତ୍ତ ରଖିଥିଲେ। ତାହା ହେଲା ସେ କୌଣସି ପାରିଶ୍ରମିକ ନେବେନାହିଁ। କାରଣ ସେ ପ୍ରତିଭାବାନ୍ ସଂଦୀପ ସିଂହଙ୍କ ନିର୍ଦ୍ଦେଶନାରେ କାମ କରିବାକୁ ଚାହୁଁଥିଲେ। ନିର୍ଦ୍ଦେଶକଙ୍କ ଦକ୍ଷତା ଉପରେ ଭରସା ଥିବାରୁ ସେ ଅଭିନୟ ପ୍ରସ୍ତାବ ପାଇବା ପରେ ପାରିଶ୍ରମିକ‌ ନନେବାକୁ ନିଷ୍ପତ୍ତି କରିଥିଲେ।

୨୦୨୩ ମସିହାରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିଥିବା ସଂଦୀପ ଆରମ୍ଭରୁ ଅଙ୍କିତା ଓ କଙ୍ଗନା ତାଙ୍କ ଦକ୍ଷତା ଉପରେ ଭରସା କରିଥିବାରୁ ଉଭୟ ଅଭିନେତ୍ରୀଙ୍କର ପ୍ରଶଂସା କରିଥିଲେ। ସେ ଆହୁରି ବି କହିଛନ୍ତି ଯେ ଯେଉଁ ସମୟରେ ତାଙ୍କ ସହ କାମ କରିବାକୁ କେଉଁ ବି ଅଭିନେତ୍ରୀ ରାଜି ହେଉନଥିଲେ ସେତେବେଳେ ସେ ଅଙ୍କିତାଙ୍କ ଘରକୁ ଯାଇଥିଲେ। ପ୍ରସ୍ତାବ ଶୁଣିବା ମାତ୍ରେ ଅଙ୍କିତା ବିନା ଆପତ୍ତିରେ ରାଜି ହୋଇ ଯାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button