ମନୋରଞ୍ଜନ

ମଞ୍ଚ ଉପରେ ପରସ୍ପରଙ୍କୁ ଆଲିଙ୍ଗନ କଲେ ରୁପାଲୀ ଓ ଅକ୍ଷୟ; ହେଲେ ଭାବପ୍ରବଣ – Kalinga News

[ad_1]

ମୁମ୍ବାଇ: ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିବା ‘ଅନୁପମା’ ଧାରାବାହିକରେ ମୁଖ୍ୟ ଭୂମିକା ନିଭାଉଥିବା ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲୀ ଏବେ ଘରେ ଘରେ ପରିଚିତା। ତାଙ୍କୁ ଲୋକେ ରୁପାଲୀ ନାମରେ କମ୍‌ ଓ ଅନୁପମା ନାମରେ ବେଶି ଜାଣନ୍ତି। ଆମେ ଜାଣନ୍ତି ଯେ ଅଭିନେତ୍ରୀଙ୍କର ବିଜୟ ଗାଙ୍ଗୁଲୀ ନାମରେ ଜଣେ ଭାଇ ଅଛନ୍ତି।

ତେବେ ଆପଣଙ୍କୁ ଆଉ ଏକ କଥା ଆଶ୍ଚର୍ଯ୍ୟ କରିପାରେ ଯେ ଖିଲାଡ଼ି ବୟ ଅକ୍ଷୟ କୁମାର ବି ରୁପାଲୀଙ୍କ ଭାଇ। ତେବେ ଜାଣିରଖନ୍ତୁ ଯେ ଅକ୍ଷୟ ‌ହେଉଛନ୍ତି ରୁପାଲୀଙ୍କ ରାଖୀ ଭାଇ।

ସେମାନଙ୍କ ସମ୍ପର୍କ କିପରି ବିକଶିତ ହେଲା ସେ ବିଷୟରେ ଚାଲନ୍ତୁ ଜାଣିବା। ଥରେ ଅକ୍ଷୟ କୁମାର ତାଙ୍କର ‘ରକ୍ଷା ବନ୍ଧନ’ ସିନେମାର ପ୍ରମୋସନ ପାଇଁ ଷ୍ଟାର୍‌ପ୍ଲସ୍‌ର ଲୋକପ୍ରିୟ ସୋ’ ‘ଷ୍ଟାର୍‌ ପରିବାର’କୁ ଥରେ ଆସିଥାନ୍ତି। ସେଠାରେ ସେ ଘୋଷଣା କଲେ ଯେ ୩୦ ବର୍ଷ ତଳେ ରୁପାଲୀ ଲାଗାତର ୫ ବର୍ଷ ଧରି ତାଙ୍କୁ ରାଖୀ ବାନ୍ଧିିଥିଲେ। ଯାହାକୁ ଶୁଣିବା ପରେ ଭାବପ୍ରବଣ ହୋଇଗଲେ ରୁପାଲୀ ଗାଙ୍ଗୁଲୀ।

ସେ ଆସି ଅକ୍ଷୟଙ୍କ ହାତରେ ରାଖୀ ବାନ୍ଧି ତାଙ୍କ ଚରଣ ଛୁଇଁବାର ଚେଷ୍ଟା କରିଥିଲେ। ହେଲେ ଅଧାରୁ ଅଟକାଇ ଦେଇଥିଲେ ଅକ୍ଷୟ। ତାପରେ ରୁପାଲୀ କହିଥିଲେ, ‘‘ଯେପର୍ଯ୍ୟନ୍ତ ବଞ୍ଚିଛି, ମୁଁ ପ୍ରତିବର୍ଷ ଆପଣଙ୍କ ହାତରେ ରାଖୀ ବାନ୍ଧିବି।’’ ଏହା ପରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ।

ରୁପାଲୀଙ୍କ ବାପା ହେଉଛନ୍ତି ପ୍ରସିଦ୍ଧ ଦିବଗଂତ ସିନେ ନିର୍ମାତା ଅନୀଲ ଗାଙ୍ଗୁଲୀ। ସେ ଅକ୍ଷୟଙ୍କୁ ତାଙ୍କର ଏକ ସିନେମାରେ ସ୍ବାକ୍ଷର କରାଇବା ବେଳେ ଅକ୍ଷୟ ଓ ରୁପାଲୀ ପରସ୍ପରଙ୍କୁ ଜାଣିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button