ଜୁନ୍ ୭ରୁ ରାଜଧାନୀରେ ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ: ପ୍ରଦର୍ଶିତ ହେବ ୧୫ଟି କ୍ଲାସିକ୍ ଓଡ଼ିଆ ସିନେମା – Kalinga News

[ad_1]
ଭୁବନେଶ୍ୱର: ଚଳିତ ଜୁନ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହେବାକୁ ଯାଉଛି “ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ବା “ବିଏଫଏଫ’ । ଏହା ଟିକେ ନିଆରା ଏଇଥିପାଇଁ ଯେ, ଏହି ତିନିଦିନିଆ ଉତ୍ସବରେ ପ୍ରମୁଖ କାର୍ଯ୍ୟକ୍ରମ ସହିତ କେବଳ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର “ସୀତା ବିବାହ’ ୨୮ ଏପ୍ରିଲ ୧୯୩୬ରେ ପ୍ରଦର୍ଶିତ ହୋଇଥିଲା । ଏହାପରେ ବିଗତ ପ୍ରାୟ ୯୦ ବର୍ଷ ମଧ୍ୟରେ ଅନେକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ସେଥିରୁ ବେଶ କିଛି ଚଳଚ୍ଚିତ୍ର ବ୍ୟାବସାୟିକ ସଫଳତା ହାସଲ କରିଥିବା ବେଳେ ଅନ୍ୟ କେତେକ ମୁକ୍ତିଲାଭ ମଧ୍ୟ କରି ନପାରି କାଳ ଗର୍ଭରେ ହଜିଯାଇଛି ।
ଅନେକ କଳାତ୍ମକ ଚଳଚ୍ଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ଓ ପୁରସ୍କାର ପାଇଥିଲେ ବି ବିଭିନ୍ନ କାରଣରୁ ଓଡ଼ିଆ ଦର୍ଶକ ସେସବୁ ଚଳଚ୍ଚିତ୍ର ଦେଖିବାକୁ ହୁଏତ ସୁଯୋଗ ପାଇପାରି ନାହାନ୍ତି । ଆଜି ସ୍ଥିତି ଏପରି ଏକ ସଙ୍କଟଜନକ ଅବସ୍ଥାରେ ପହଞ୍ଚିଛି ଯେ, ଓଡ଼ିଆ ଭାଷାରେ ବହୁ ସଂଖ୍ୟାରେ ଚଳଚ୍ଚିତ୍ର ନିର୍ମିତ ହେଉଥିଲେ ମଧ୍ୟ ମୁଖ୍ୟତଃ ପ୍ରଦର୍ଶନ ସୁବିଧା ଅଭାବରୁ ଓଡ଼ିଆ ସିନେମା ଶିଳ୍ପ କ୍ଷତି ସହିବାକୁ ବାଧ୍ୟ ହେଉଛି ।
ଏଭଳି ଏକ ସ୍ଥିତିରେ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକମାନଙ୍କ ଦୃଷ୍ଟି ପୁନଃଆକର୍ଷିତ କରିବା ପାଇଁ ସ୍ୱତନ୍ତ୍ର ଓଡ଼ିଆ ଚଳଚ୍ଚିତ୍ର ଉତ୍ସବର ଆୟୋଜନ ଏକ ନୂଆ ପଦକ୍ଷେପ ନିଶ୍ଚୟ । ଉଲ୍ଲେଖନୀୟ କି, ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଚଳଚ୍ଚିତ୍ର ନିଦେ୍ର୍ଦଶକ, ଲେଖକ ଓ ବୈଷୟିକ କ୍ଷେତ୍ରରେ କାମ କରୁଥିବା ପରିଚିତ ବ୍ୟକ୍ତିମାନେ ଏକାଠିହୋଇ ଏହି ଉତ୍ସବର ଆୟୋଜନ କରୁଛନ୍ତି।
ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବରେ ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ରାତି ୯ଟା ମଧ୍ୟରେ ବିଭିନ୍ନ କ୍ଲାସିକ୍ ତଥା ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବ। ତିନିଦିନ ମଧ୍ୟରେ ଦର୍ଶକମାନେ ସମୁଦାୟ ୧୫ଟି ଚଳଚ୍ଚିତ୍ର ଦେଖିବାର ୟୁଯୋଗ ପାଇବେ। ଏହି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ “ମାୟା ମିରିଗ’ ପରି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ରହିଥିଲା ବେଳେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ “ଜୀଅନ୍ତା ଭୂତ’, “ହେଲୋ ଆରସି’ ଏବଂ “ମଲା ଜହ୍ନ’ ପରି କାଳଜୟୀ ଓଡ଼ିଆ ସିନେମାଗୁଡ଼ିକୁ ସାମିଲ କରାଯାଇଛି।
ଏହି ସ୍ୱତନ୍ତ୍ର ଓଡ଼ିଆ ଚଳଚ୍ଚିତ୍ର ମହୋତ୍ସବ ଅବସରରେ ଓଡ଼ିଆ ସିନେମାର ନ’ଦଶନ୍ଧିର ଯାତ୍ରାକୁ ନେଇ ପ୍ରସ୍ତୁତ “ଓଡ଼ିଆ ସିନେମା ଅ୯୦: ରିଦିମସ, ରେଣ୍ଡିସନ୍ସ ଏଣ୍ଡ ରିଫ୍ଲେକ୍ସନ୍ସ’ ଶୀର୍ଷକରେ ଏକ ପୁସ୍ତକ ଲୋକର୍ପଣ କରାଯିବ।
ଏହି ଉତ୍ସବର ଅନ୍ୟତମ ଆକର୍ଷଣ ହେଉଛି ଚଳଚ୍ଚିତ୍ର ଅଭିନୟ ଓ ଚିତ୍ରନାଟ୍ୟ ରଚନା ଭଳି ଦୁଇଟି ବିଷୟକୁ ନେଇ ଦୁଇଟି ମାଷ୍ଟରକ୍ଲାସ। ଏହି ମାଷ୍ଟରକ୍ଲାସ ଦୁଇଟିରେ ଯଥାକ୍ରମେ ବଲିଉଡ୍ ଖ୍ୟାତିସମ୍ପନ୍ନ ଚିଳଚ୍ଚିତ୍ର ନିର୍ମାତା ଓ କାଷ୍ଟିଙ୍ଗ ନିଦେ୍ର୍ଦଶକ ମୁକେଶ ଛାବରା ଏବଂ “ଓଃ ମାଇଁ ଗଡ ୨’ ସୁପରହିଟ୍ ଚଳଚ୍ଚିତ୍ରର ନିଦେ୍ର୍ଦଶକ ଅମିତ ରାୟ ଯୋଗଦେଇ ଅଭିନୟ ଓ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଆଗ୍ରହ ରଖୁଥିବା ଯୁବ ପ୍ରତିଭାମାନଙ୍କୁ ବିଶେଷ ତାଲିମ ଓ ପରାମର୍ଶ ଦେବେ।
ଏହାର ଉଦଘାଟନ ଉତ୍ସବରେ ହିନ୍ଦୀ ସିନେମାର ଲୋକପ୍ରିୟ ନିଦେ୍ର୍ଦଶକ କେତନ ମେହଟ୍ଟା, ଦୀପା ସାହି, ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିଦେ୍ର୍ଦଶକ ଚିତ୍ତରଞ୍ଜନ ତ୍ରିପାଠୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ନିଦେ୍ର୍ଦଶକ ଅପୂର୍ବ କିଶୋର ବୀର ଏବଂ ପ୍ରଶାନ୍ତ ନନ୍ଦ ପ୍ରମୁଖ ଯୋଗଦେବେ ।
“ଭୁବନେଶ୍ୱର ଫିଲ୍ମ ସର୍କଲ’ ବ୍ୟାନରରେ ଆୟୋଜିତ ଏହି ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଆ ସିନେମା ଜଗତ ସହ ସଂପୃକ୍ତ ବ୍ୟକ୍ତି, କଳାକାର ଓ ଟେକ୍ନିସିଆନ୍, ସିନେମା ଏବଂ ଗଣମାଧ୍ୟମ ବିଷୟର ଛାତ୍ରଛାତ୍ରୀ ତଥା ଚଳଚ୍ଚିତ୍ରପ୍ରେମୀ ଯୋଗଦେବେ।
[ad_2]