ଅଭିନେତ୍ରୀ ବଖାଣିଲେ ଦୁଃଖ: ସ୍ବାମୀଙ୍କ ସହିତ ଛାଡ଼ପତ୍ର ପରେ ପ୍ରେମିକଙ୍କ କର୍କଟରେ ହେଲା ମୃତ୍ୟୁ – Kalinga News

[ad_1]
ନୂଆଦିଲ୍ଲୀ: ଅଭିନେତ୍ରୀ ଦୀପ୍ତି ନାଭାଲ ୭୦ ଏବଂ ୮୦ ଦଶକର ଜଣେ ଲୋକପ୍ରିୟ କଳାକାର ଥିଲେ। ଅଭିନୟ ଜୀବନରେ ଅନେକ ସଫଳତା ପାଇଥିବା ଦୀପ୍ତିଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ଯନ୍ତ୍ରଣାଦାୟକ ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଚଳଚ୍ଚିତ୍ରରେ କ୍ୟାରିୟର ଆରମ୍ଭ କରିବା ସମୟରେ ଦୀପ୍ତିଙ୍କ ଫିଲ୍ମ ନିର୍ମାତା ପ୍ରକାଶ ଝାଙ୍କ ସହିତ ଭେଟ ହୋଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କଟିଏ ଗଢ଼ି ଉଠିଥିଲା। ୧୯୮୫ ମସିହାରେ ଦୀପ୍ତି ପ୍ରକାଶ ଝାଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବିବାହ ତିଷ୍ଠି ପାରି ନଥିଲା ଦୁହେଁ ବିବାହର ୧୫ବର୍ଷ ପରେ ଅର୍ଥାତ ୨୦୦୨ରେ ଅଲଗା ହୋଇଯାଇଥିଲେ।
ସ୍ବାମୀଙ୍କ ଠାରୁ ଅଲଗା ହେବା ପରେ ଦୀପ୍ତିଙ୍କ ଜୀବନରେ ଅଭିନେତା ବିନୋଦ ପଣ୍ଡିତ ଆସିଥିଲେ। ଦୀପ୍ତି ବି ବିନୋଦଙ୍କୁ ଖୁବ ଭଲପାଉଥିଲେ। ବିବାହ ପାଇଁ ଯୋଜନା କରୁ୍ଥିବା ବେଳେ ବିନୋଦ କର୍କଟରେ ପୀଡିତ ହୋଇଥିଲେ। କିଛିଦିନର ଚିକିତ୍ସା ପରେ ସେ ଦୀପ୍ତିଙ୍କ ହାତ ଛାଡ଼ି ପରପାରିକୁ ଚାଲି ଯାଇଥିଲେ।
୭୨ ବର୍ଷୀୟ ଦୀପ୍ତି ବର୍ତ୍ତମାନ ଏକାକୀ ଜୀବନ ଅତିବାହିତ କରୁଛନ୍ତି । ସେ ତାଙ୍କ ପ୍ରେମିକଙ୍କ ନାମରେ ମଧ୍ୟ ଏକ ଟ୍ରଷ୍ଟ ଚଲାଉଛନ୍ତି। ଦୀପ୍ତି ଅଭିନୟରେ ସକ୍ରିୟ ଅଛନ୍ତି। ନିକଟରେ ତାଙ୍କର ଫିଲ୍ମ ‘ଗୋଲ୍ଡଫିସ୍’ ରିଲିଜ୍ ହୋଇଥିଲା।
[ad_2]