ଖେଳ ଖବର

ଆଇପିଏଲ: କୋଲକାତା ଆଗରେ ୧୮୩ ରନର ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ – Kalinga News

[ad_1]

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲର ୧୦ମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଆଗରେ ୧୮୩ ରନର ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

ଏହି ମ୍ୟାଚରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଜରିଆରେ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୨ ରନ କରିଥିଲା । ବିରାଟ ୫୯ଟି ବଲରେ ୮୩ ରନ କରିଥିଲେ । ସେହିପରି କ୍ୟାମେରନ ଗ୍ରୀନ ୩୩ ରନ ଓ ଗ୍ଲେନ ମାକ୍ସଓ୍ବେଲ ୨୮ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାରେ ବିଫଳ କରିଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button