ମନୋରଞ୍ଜନ

ମୋତେ ହିରୋଇନ୍ ନୁହଁ, ଭଉଣୀ-ଝିଅ ବୋଲି ଭାବ: କଙ୍ଗନା – Kalinga News

[ad_1]

ମୁମ୍ବାଇ: କିଛି ଦିନ ତଳେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ୧୧୧ ଜଣ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଥିଲା। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ଟିକେଟ ଦିଆଯାଇଥିଲା। ଅଭିନେତ୍ରୀଙ୍କୁ ହିମାଚଳପ୍ରଦେଶର ମଣ୍ଡିରୁ ନିର୍ବାଚନ ଲଢ଼ିବା ନେଇ ଟିକେଟ ମିଳିବା ପରେ ସେ ଏବେ ପ୍ରଚାର କାମ ଆରମ୍ଭ କରିଥିବା ଦେଖାଯାଇଛି।

କଙ୍ଗନା ଆଜି ମଣ୍ଡିରେ ରୋଡ୍ ସୋ’ କରିଥିବା ଜଣାଯାଇଛି। ଅଭିନେତ୍ରୀଙ୍କ ରୋଡ ସୋ’ରେ ହଜାର ହଜାର ଲୋକ ଯୋଗ ଦେଇଥିବା ବେଳେ ଜୟ ଶ୍ରୀରାମ ସ୍ଲୋଗାନ୍ ଦେଇ ପ୍ରଚାର ଆରମ୍ଭ କରିଥିଲେ କଙ୍ଗନା। ନିର୍ବାଚନ ଜିତିଲେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି କଙ୍ଗନା କହିଥିଲେ। ସେ କହିଥିଲେ ଯେ, ମୋତେ ହିରୋଇନ୍ ବା ଷ୍ଟାର ଭାବନ୍ତୁ ନାହିଁ। ମୋତେ ନିଜର ଭଉଣୀ ଓ ଝିଅ ବୋଲି ଭାବନ୍ତୁ। ଆପଣମାନେ ମୋ ପରିବାର।

ତେବେ ଟିକେଟ ମିଳିବା ପରେ କଙ୍ଗନା ରାନାୱତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ,”ମୋର ପ୍ରିୟ ଭାରତକୁ ମୁଁ ଖୁବ ଭଲପାଏ। ଏଥିସହିତ ଭାରତୀୟ ଜନତା ପାର୍ଟିକୁ ମୁଁ ସର୍ବଦା ସମର୍ଥନ କରି ଆସିଛି। ବିଜେପି ମୋ ଜନ୍ମସ୍ଥାନ ହିମାଚଳପ୍ରଦେଶର ମଣ୍ଡି ନିର୍ବାଚନମଣ୍ଡଳୀରୁ ଲୋକସଭା ପ୍ରାର୍ଥୀ ଭାବେ ମୋର ନାମକୁ ଘୋଷଣା କରିଛି।ଏହି ଘୋଷଣା ମୋତେ ଖୁସି ଦେଇଛି। ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇ ମୁଁ ସମ୍ମାନିତ ଅନୁଭବ କରୁଛି।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button