ମନୋରଞ୍ଜନ

ସଲମାନ ଖାନଙ୍କ ଘର ସମ୍ମୁଖରେ ଗୁଳିକାଣ୍ଡ ମାମଲା: ରାଜସ୍ଥାନରୁ ପଞ୍ଚମ ଅଭିଯୁକ୍ତ ଗିରଫ – Kalinga News

[ad_1]

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳିଚାଳନା ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି। ମହମ୍ମଦ ଚୌଧୁରୀ ନାମକ ଏହି ଅଭିଯୁକ୍ତକୁ ଏବେ ରାଜସ୍ଥାନରେ ଅଟକ ରଖାଯାଇଛି।

କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଚୌଧୁରୀ ଦୁଇ ସୁଟର ସାଗର ପାଲ ଏବଂ ଭିକି ଗୁପ୍ତାଙ୍କୁ ଟଙ୍କା ପ୍ରଦାନ କରିବା ସହ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଅଭିନେତାଙ୍କ ବାସଭବନ ଗାଲାକ୍ସି ଆପାର୍ଟମେଣ୍ଟର ରେକି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

କ୍ରାଇମବ୍ରାଞ୍ଚ କହିଛି ଯେ ଚୌଧୁରୀଙ୍କୁ ଆଜି ମୁମ୍ବାଇ ଅଣାଯାଉଛି ଏବଂ ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ ସେଠାରେ ତାକୁ ହେପାଜତରେ ନେବାକୁ ଦାବି କରାଯିବ। ଏହା ପୂର୍ବରୁ ଏହି ଘଟଣାରେ ସାଗର ପାଲ ଓ ଭିକି ଗୁପ୍ତାଙ୍କୁ ମୁମ୍ବାଇ ପୁଲିସ ଗୁଜୁରାଟର ଭୁଜରୁ ଅଟକ ରଖିଥିଲା।

ଅନ୍ୟ ଦୁଇ ଅଭିଯୁକ୍ତ ସୋନୁ ସୁଭାଷ ଚନ୍ଦ୍ର ଓ ଅନୁଜ ଥାପନଙ୍କୁ ମଧ୍ୟ ଗତ ମାସ ଶେଷ ଆଡ଼କୁ ଗିରଫ କରାଯାଇଥିଲା।
ତେବେ ମେ’ ୧ ତାରିଖରେ ପୁଲିସ ହେପାଜତରେ ଥାପନ ଆତ୍ମହତ୍ୟା ଉଦ୍ୟମ କରିବାରୁ ତା’ର ମୃତ୍ୟୁ ଘଟିଥିଲା। ତାଙ୍କୁ ମୁମ୍ବାଇର ଜିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏପ୍ରିଲ ୧୪ ତାରିଖରେ ଦୁଇ ବାଇକ୍‌ ଆରୋହୀ ଅଭିଯୁକ୍ତ ବଲିଉଡ ଅଭିନେତାଙ୍କ ଘର ବାହାରେ ୪ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମୁମ୍ବାଇ ପୁଲିସର ଜଣେ ଅଧିକାରୀଙ୍କ କହିବାନୁସାରେ, ଗୁଳିକାଣ୍ଡ ସମୟରେ ସଲମାନ ଖାନ ତାଙ୍କ ଘରେ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button