ମନୋରଞ୍ଜନ

ଆଗୁଆ ଜାମିନ ମିଳୁନଥିବାରୁ ଗିରଫ ଡରରେ ଦୁବାଇରେ ଲୁଚିଛନ୍ତି ରାଖି: ପୂର୍ବ ସ୍ୱାମୀ ଆଦିଲ – Kalinga News

[ad_1]

ମୁମ୍ବାଇ: ଗତ କିଛି ଦିନ ହେବ ବିବାଦୀୟ ରାଣୀ ରାଖି ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ୍ ଦୁରାନୀ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ଖବର ମିଳିଥିଲା ଯେ, ଆଦିଲ୍ ଲୁଚି କରି ଦ୍ବିତୀୟ ବିବାହ କରିଛନ୍ତି। ବିଗ୍ ବସର ପୂର୍ବତନ ପ୍ରତିଯୋଗୀ ସୋମି ଖାନଙ୍କୁ ସେ ବିବାହ କରିଥିବା ସାମ୍ନାକୁ ଆସିଥିଲା। ଏନେଇ ଅନେକ ତାଙ୍କୁ ଟ୍ରୋଲ କରିଥିବା ବେଳେ ପରେ ନିଜର ପ୍ରତିକ୍ରିୟା ରଖି ଦ୍ବିତୀୟ ବିବାହ କରି ଖୁସି ଅଛି ବୋଲି କହିଥିଲେ ଆଦିଲ |

ରାଖି ତାଙ୍କ ଜୀବନର ସବୁଠୁ ବଡ ଭୁଲ ଥିଲେ ବୋଲି ଆଦିଲ କହିସାରିଥିବା ବେଳେ ଏବେ ତାଙ୍କ ଗିରଫ ହେବା ନେଇ ବଡ ଖୁଲାସା କରିଛନ୍ତି ଆଦିଲ | ସେ କହିଛନ୍ତି ଯେ, “ରାଖିଙ୍କ ବିରୋଧରେ ମୁଁ ଏକାଧିକ ଏଫ୍ଆଇଆର୍ ଦାଖଲ କରିଛି | ସେଥିପାଣି ସେ ଜାଣିଶୁଣି ଦୁବାଇରେ ଅଛନ୍ତି | ଗତ ୪-୫ମାସ ହେଲାଣି ସେ ଦୁବାଇରେ ଅଛନ୍ତି, କାରଣ ସେ ଜାଣିଛନ୍ତି ଯେ, ଭାରତ ଆସିଲେ ତାଙ୍କୁ ୨ଘଣ୍ଟା ଭିତରେ ପୁଲିସ ଗିରଫ କରିବ | ମୁଁ କରିଥିବା ଏଫ୍ଆଇଆର୍ ପାଇଁ ସେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ | ହାଇକୋର୍ଟ ଆବେଦନ ଗ୍ରହଣ ନକରିବାରୁ ସେ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି | କିନ୍ତୁ ତାଙ୍କୁ କୌଣସି ସୁଫଳ ମିଳିବନାହିଁ |”

ପୂର୍ବରୁ ଏକ ସାକ୍ଷାତକାରରେ ରାଖିଙ୍କୁ ନେଇ ସେ କହିଥିଲେ ଯେ, “ମୋର ଭଲ ଜୀବନ ବଞ୍ଚିବାର ଅଧିକାର ରହିଛି। ହେଲେ ରାଖିଙ୍କ ସହ ତାହା ସମ୍ଭବ ନଥିଲା। ସେ କାହାକୁ ଖୁସି ଦେଖିପାରିବେ ନାହିଁ। ତାଙ୍କ ସହ ରହୁଥିବା ଲୋକ କେବେ ବି ଖୁସିରେ ରହିପାରିବ ନାହିଁ। ମୁଁ ତାଙ୍କ ଭଳି ନୁହେଁ। ମୁଁ ଖୁସି ବିସ୍ତାର କରିବାକୁ ପସନ୍ଦ କରେ। ସୋମି ମୋ ଜୀବନରେ ହଜିଯାଇଥିବା ଖୁସି ଆଣିଦେଇଛନ୍ତି ଏବଂ ମୁଁ ତାଙ୍କ ସହିତ ଶାନ୍ତିପୂର୍ଣ୍ଣ ଜୀବନକୁ ଉପଭୋଗ କରୁଛି।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button