ରାମଙ୍କ ପଛେ ପଛେ ଲକ୍ଷ୍ମଣ ରାଜନୀତି ମୁହାଁ: ଅରୁଣ ଗୋଭିଲଙ୍କୁ ଟିକେଟ ମିଳିବା ନେଇ ଏଭଳି କହିଲେ ସୁନୀଲ – Kalinga News

[ad_1]
ମିରଟ: ରାମାନନ୍ଦ ସାଗରଙ୍କ ଟିଭି ସିରିଏଲ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବେ ରାଜନୀତିରେ ପାଦ ଦେଇଛନ୍ତି। ତାଙ୍କୁ ବିଜେପି ପକ୍ଷରୁ ଟିକେଟ ଦିଆଯାଇଛି। ସେ ମିରଟ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ସେ ମିରଟରେ ପହଞ୍ଚି କହିଛନ୍ତି ମୁଁ ଏଠାରେ ଲୋକଙ୍କୁ ସ୍ନେହ ଆଉ ପ୍ରେମ ସହିତ ଭଲ ପାଇବା ଦେବାକୁ ଆସିଛି। ଅରୁଣ ନିଜର ପିଲାଦିନ କଥା ମନେ ପକାଇ କହିଛନ୍ତି ମତେ ଏଠାକାର ସ୍କୁଲ ସମୟର କଥା ମୋର ସ୍ମୃତିରେ ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏବେ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହରୀଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ରାମଙ୍କ ପଛେ ପଛେ ରାଜନୀତି ମୁହାଁ ହୋଇଥିବା କୁହାଯାଉଛି। ସୁନୀଲ ଶୀଘ୍ର ରାଜନୀତିରେ ପାଦ ଦେବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ଅରୁଣ ବିଜେପି ପ୍ରାର୍ଥୀ ହେବା ପରେ ସୁନୀଲ ସକାରାତ୍ମକ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଅରୁଣଙ୍କୁ ନେଇ ମୁଁ ବହୁତ ଖୁସି। ଲାଗୁଛି ମୋ ପରିବାରର କାହାକୁ ଦେଶସେବା ପାଇଁ ସୁଯୋଗ ମିଳିଛି। ମୁଁ ଅରୁଣଙ୍କୁ ଶୁଭକାମନା ଏବଂ ଅଭିନନ୍ଦନ ଜଣାଉଛି। ଅରୁଣ ନିଶ୍ଚିତ ଭାବେ ତାଙ୍କର ପ୍ରତି କାର୍ଯ୍ୟରେ ନ୍ୟାୟ କରିବେ ତାରଣ ତାଙ୍କ ମଧ୍ୟରେ ଶ୍ରୀରାମଙ୍କ ଉପସ୍ଥିତି ରହିଛି। ସୁନୀଲଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ଅରୁଣଙ୍କ ପିଲା ଦିଦ ମିରଟରେ ବିତିଥିଲା। ସେ ମିରଟର ସରସ୍ବତୀ ଶିଶୁ ମନ୍ଦିରରେ ପାଠପଢ଼ିଥିଲେ। ଏହା ପରେ ସହାରନପୁର ଏବଂ ଶାହାଜାହାଁପୁରରେ ସେ ଅଧ୍ୟୟନ କରିବା ପରେ ଇଞ୍ଜିନିୟରିଂ କରିଥିଲେ। ଏହାପରେ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ। ଏହା ପରେ ରାମାନନ୍ଦ ସାଗରଙ୍କ ରାମାୟଣରେ ତାଙ୍କୁ ଶ୍ରୀରାମ ଭୂମିକାରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା।
[ad_2]