ରାଜନୀତି

କଟକ ଲୋକସଭା ପାଇଁ ନବୀନ ନିବାସରେ ରଣନୀତି ଚୂଡ଼ାନ୍ତ! ଦେବାଶିଷ, ସନ୍ତୃପ୍ତଙ୍କ ସହ ଯୋଗଦେଲେ ବିଧାୟକ – Kalinga News

[ad_1]

କଟକ: ଆଜି ନବୀନ ନିବାସରେ କଟକ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ରଣନୀତି ଆପାତତଃ ଚୂଡାନ୍ତ ହୋଇଛି। କଟକ ଲୋକସଭା ଓ ଲୋକସଭା ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା କରାଯାଇଛି। କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଦିନକ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ଆଜି ଏଭଳି ଉଚ୍ଚସ୍ତରୀୟ ବୈଠକରେ ସନ୍ତୃପ୍ତ ମିଶ୍ରଙ୍କ ଉପସ୍ଥିତି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏଭଳି ସ୍ଥିତିରେ ସନ୍ତୃପ୍ତ ହୁଏତ ଦଳର ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ଚାଲିଛି। ୨୦୧୯ ନିର୍ବାଚନରେ କଟକ ଲୋକସଭା ଅନ୍ତର୍ଗତ ୭ ବିଧାନସଭାରୁ ୬ଟିରେ ବିଜେଡି ବିଜୟୀ ହୋଇଥିଲା। ବାରବାଟୀ-କଟକରେ ‌ନିର୍ବାଚନ ଲଢ଼ିଥିବା ଦଳର ବରିଷ୍ଠ ନେତା ତଥା ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ଏହି ନିର୍ବାଚନ ହାରିଯାଇଥିଲେ। ଦେବାଶିଷ ଆଜିର ବୈଠକରେ ଉପସ୍ଥିତ ଥିବା ବେଳେ ମେୟର୍‌ ସୁବାସ ଚନ୍ଦ୍ର ସିଂହ ଅଥବା ବାରବାଟୀ-କଟକର ଅନ୍ୟ କୌଣସି ନେତାଙ୍କୁ ବୈଠକକୁ ଡକା ନ ଯିବା ଘଟଣା ବି ଚର୍ଚ୍ଚାର ଖୋରାକ ଯୋଗାଇଛି। ଏହି ବୈଠକରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ ମଲ୍ଲିକ, ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ବାଳ, ବାରବାଟୀ-କଟକ ନିର୍ବାଚନମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଶୋଭନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button