ରାଜନୀତି

୧୫ବର୍ଷ ପରେ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର: ୧୯୮୬ରେ ଏବିଭିପିରୁ ରାଜନୈତିକ ଜୀବନ ଆରମ୍ଭ – Kalinga News

[ad_1]

ଥରେ ବିଧାନସଭା, ଥରେ ଲୋକସଭାକୁ ନିର୍ବାଚିତ, ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଥିଲେ

ଭୁବନେଶ୍ବର/ସମ୍ବଲପୁର: ଦୀର୍ଘ ବର୍ଷର ବ୍ୟବଧାନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ସାଧାରଣ ନିର୍ବାଚନକୁ ଓହ୍ଲାଇଛନ୍ତି। ତାଙ୍କୁ ଦଳ ସମ୍ବଲପୁରରୁ ପ୍ରାର୍ଥୀ କରିଛି। ୨୦୦୯ରେ ନିର୍ବାଚନ ହାରିବା ପରେ ସେ ଦୁଇ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହେବା ସହିତ କେନ୍ଦ୍ରରେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ହାତେଇଥିଲେ। ୧୫ବର୍ଷ ପରେ ସେ ପୁଣି ନିର୍ବାଚନ ଲଢ଼ିବେ। ଉଲ୍ଲେଖଥାଉକି, ଜାତୀୟ ରାଜନୀତିର ଚର୍ଚ୍ଚିତ ଚେହେରା ଧର୍ମେନ୍ଦ୍ର ପ୍ରଧାନ ୧୯୮୬ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପ୍ରଥମେ ତାଳଚେରର କଲେଜ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନେତୃତ୍ୱ ନେଇଥିଲେ। ୧୯୯୧ରୁ ଏବିଭିପିରେ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ ଆରମ୍ଭ କରିବା ପରେ ୧୯୯୨ ରୁ ୧୯୯୭ ମଧ୍ୟରେ ଏବିଭିପିର ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ, ରାଜ୍ୟ ସମ୍ପାଦକ ଓ ରାଷ୍ଟ୍ରୀୟ ସମ୍ପାଦକ ରହିଥିଲେ। ୨୦୦୧ରେ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଦାୟିତ୍ୱ ନେଇଥିଲେ। ୨୦୦୪ରେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୦୭ ଓ ୨୦୧୦ରେ ଦୁଇଥର ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ହୋଇଥିଲେ। ୨୦୦୦ ମସିହାରେ ପାଳଲହଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବହୁତ୍ କମ୍ ବୟସରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହେବା ସହ ଭଲ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ‘ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନ’ ପାଇଥିଲେ। ୨୦୦୪ ମସିହାରେ ଦେବଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହେବା ପରେ ସମ୍ବଲପୁର ସହ ତାଙ୍କର ସମ୍ପର୍କ ବଢ଼ିଥିଲା।

ବିହାର ଓ ମଧ୍ୟପ୍ରଦେଶରୁ ଯଥାକ୍ରମେ ଦୁଇ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ପ୍ରଧାନ ସମ୍ବଲପୁରକୁ ଆଇଆଇଏମ୍‌ ଆଣିବା, ‘ରଙ୍ଗବତୀ’ ସମ୍ମାନରେ ଏକ ସ୍ୱତନ୍ତ୍ର ରଙ୍ଗବତୀ ସେଣ୍ଟର ସ୍ଥାପନ କରିବା, ସମ୍ବଲପୁର ଓ ଆଖପାଖ ଜିଲ୍ଲାରେ ସ୍କିଲ୍‌ ଇଣ୍ଡିଆ ସେଣ୍ଟର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରେଳ ଓ ସମ୍ବଲପୁର ଜାତୀୟ ରାଜପଥର ତ୍ୱରାନ୍ୱିତ ପାଇଁ ନିରନ୍ତର ଉଦ୍ୟମ କରିବା ସହ ରିଙ୍ଗ ରୋଡ୍‌, ଫ୍ଲାଇ ଓଭର ନିର୍ମାଣରେ ତାଙ୍କର ଭୂମିକା ରହିଥିଲା। ଶ୍ରୀ ପ୍ରଧାନ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ ସର୍ବାଧିକ କାଳ ଦାୟିତ୍ବରେ ରହିବାରେ ରେକର୍ଡ କରିଥିଲେ। ତାଙ୍କୁ ‘ଉଜ୍ଜ୍ୱଳା ମ୍ୟାନ’ର ଆଖ୍ୟା ମିଳିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button