ଅପରାଧ

ପୂର୍ବ ବ୍ୟବସାୟିକ ଭାଗିଦାରଙ୍କ ବିରୋଧରେ ଠକେଇ ମାମଲା ରୁଜୁ କଲେ ଧୋନି – Kalinga News

[ad_1]

ନୂଆଦିଲ୍ଲୀ: ନିଜର ପୂର୍ବ ବ୍ୟବସାୟିକ ଭାଗିଦାର (ବିଜିନେସ୍‌ ପାର୍ଟନର)ଙ୍କ ବିରୋଧରେ କ୍ରିକେଟ୍‌ ତାରକା ଏମ୍‌ଏସ୍‌ ଧୋନି ୧୫ କୋଟି ଟଙ୍କାର ଠକେଇ ମାମଲା ରୁଜୁ କରିଛନ୍ତି। ଧୋନି ନିଜର ପୂର୍ବ-ବ୍ୟବସାୟିକ ଭାଗିଦାର ମିହିର ଦିବାକର ଓ ସୌମ୍ୟା ବିଶ୍ବାସଙ୍କ ବିରୋଧରେ ରାଞ୍ଚି କୋର୍ଟରେ ମାମଲା ରୁଜୁ କରିଛନ୍ତି। ଧୋନି ନିଜର ଓକଲି ଦୟାନନ୍ଦ ସିଂହଙ୍କ ଦ୍ବାରା ଅଭିଯୋଗ କରିଛନ୍ତି ଯେ ୨୦୧୭ରେ ତାଙ୍କ ସହ ମିହିର ଓ ସୌମ୍ୟାଙ୍କ ଅର୍କ ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିଃ ମଧ୍ୟରେ ଏକ ବ୍ୟବସାୟିକ ଚୁକ୍ତି ହୋଇଥିଲା। ଚୁକ୍ତି ଅନୁସାରେ ଧୋନିଙ୍କ ନାମରେ ବିଶ୍ବର ବିଭିନ୍ନ ସ୍ଥାନରେ କ୍ରିକେଟ୍‌ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ। ଏହା ବଦଳରେ ଧୋନିଙ୍କୁ ଫ୍ରାନ୍‌ଚାଇଜ୍‌ ଫି ଓ ଲାଭାଂଶ ପ୍ରଦାନ କରାଯିବ। କିନ୍ତୁ ଅର୍କ ସ୍ପୋର୍ଟସ୍‌ ‌ଧୋନିଙ୍କୁ କୌଣସି ଅର୍ଥ ପ୍ରଦାନ କରିନଥିଲା। ଫଳରେ ଧୋନି ୧୫ ଅଗଷ୍ଟ ୨୦୨୧ରେ ନିଜର ସହମତିକୁ ପ୍ରତ୍ୟାହାର କରିନେଇଥିଲେ। ଏହାପରେ ସେ ସହିଥିବା କ୍ଷତିର ଭରଣା ପାଇଁ ଏକାଧିକ ବୈଧାନିକ ନୋଟିସ୍‌ ପଠାଇଥିଲେ ମଧ୍ୟ ଅର୍କ ସ୍ପୋର୍ଟସ୍‌ ପକ୍ଷରୁ କୌଣସି ପ୍ରତ୍ୟୁତ୍ତର ଦିଆଯାଇନାହିଁ। ଏଣୁ ସେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button