ବିଜେପିରେ ମିଶିଲେ,ବିଜେଡି ବିରୋଧରେ କହିଲେ – Kalinga News

[ad_1]
କୋରାପୁଟ/ଲକ୍ଷ୍ମୀପୁର: ବିଜେଡି ଟିକେଟ ପାଇବାରୁ ବଞ୍ଚିତ ହେବାପରେ ବିଜେପିରେ ଯୋଗଦେଇ ବିସ୍ଫୋରକ ବୟାନ ଦେଇଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା। ଟିକେଟ ନଦେଇ ଦଳ ତାଙ୍କୁ କୋଟିଏ ଟଙ୍କା ସହିତ ଏସ୍ଡିଏସ୍ (ସ୍ବତନ୍ତ୍ର ଉନ୍ନୟନ ପରିଷଦ)ର ଅଧ୍ୟକ୍ଷ ପଦ ଯାଚିଥିଲେ ବୋଲି ଅଭିଯୋଗ କରିଛନ୍ତି। କୈଳାସ କହିଛନ୍ତି, ‘ବିଜେଡି ପୁଣିଥରେ ପ୍ରଭୁ ଜାନିଙ୍କୁ ଟିକେଟ୍ ଦେଇଛି। ଏଥିପାଇଁ କୋଟି କୋଟି ଟଙ୍କାର ଡିଲ୍ ହୋଇଛି। ଏପରିକି ଟିକେଟ ଦେବାରୁ ବଞ୍ଚିତ କରିବାପରେ କୋଟିଏ ଟଙ୍କା ଯାଚିବା ସହ ଦୁଇମାସ ପରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦ ଦେବାକୁ ଦଳ ପ୍ରଲୋଭନ ଦେଖାଇଥିଲେ।’

Sambad is now on WhatsApp
Join and get latest news updates delivered to you via WhatsApp
ଆଜି ବିଧିବଦ୍ଧ ଭାବେ ସମର୍ଥକଙ୍କ ସହ ବିଜେପିରେ ସାମିଲ୍ ହୋଇଛନ୍ତି କୈଳାସ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଶ୍ରୀତମ ଦାସ, ସମୀର ମହାନ୍ତି ଓ ପ୍ରଶାନ୍ତ ଜଗଦେବଙ୍କ ଉପସ୍ଥିତିରେ କୈଳାସଙ୍କ ସହ ଲକ୍ଷ୍ମୀପୁର ବ୍ଲକ୍ ବିଜେଡି ସଭାପତି ପ୍ରସାଦ ଖରା ଓ ଶତାଧିକ ସମର୍ଥକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। କୈଳାସଙ୍କ ଏହିଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଭୁ ଜାନି। ଶ୍ରୀ ଜାନି କହିଛନ୍ତି, ‘ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ବିଧିହୀନ। ମୁଁ ଆଦୌ ଟିକେଟ୍ ପାଇଁ ଅର୍ଥ ଦେଇନାହିଁ। ଦୀର୍ଘଦିନ ଧରି ସାଙ୍ଗଠାନିକ କାର୍ଯ୍ୟରେ ଜଡ଼ିତ ଥିବାରୁ ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥାପ୍ରକଟ କରି ପ୍ରାର୍ଥୀ କରିଛନ୍ତି।’ ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନରେ ୨୨୯ ଭୋଟରେ ପ୍ରଭୁଙ୍କ ନିକଟରୁ ହାରିଥିଲେ କୈଳାସ। ଏହାପରେ ସେ ବିଜେଡିରେ ଯୋଗ ଦେଇଥିଲେ। ୨୦୨୪ ନିର୍ବାଚନରେ କଂଗ୍ରେସ ଯୁବନେତା ପବିତ୍ର ସାଉଁନ୍ତାଙ୍କୁ ପ୍ରାର୍ଥୀ କରିଛି। ବିଜେଡିରୁ ପ୍ରଭୁ ଜାନି ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଘୋଷଣା କରିନି। କୈଳାସଙ୍କୁ ବିଜେପି ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।
[ad_2]