ରାଜନୀତି

ହିଙ୍ଗୁଳାଙ୍କୁ ଦର୍ଶନ କରି ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର – Kalinga News

[ad_1]

ଅନୁଗୁଳ: ଆସନ୍ତା ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଲଢ଼ି‌ବେ ବୋଲି ଜଣାପଡ଼ିଛି। ଏଥିପାଇଁ ସୋମବାର ବିଧିବଦ୍ଧ ଭାବେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିବେ। ସୋମବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟାହ୍ନ ୧୨ ଟାରେ ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ଠାକୁରାଣୀଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ସେଠାରୁ କିଛି ସମୟ ପାଇଁ ଦୀନଦୟାଲ ନଗର ଯାଇ ଅନୁଗୁଳ ଆସିବେ। ଏଠାରେ ସାଂଗଠନିକ ଆଲୋଚନା କରିବା ପରେ ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।

ନିର୍ବାଚନ ତାରିଖ ଘୋଷଣା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ଏହା ପ୍ରଥମ ଅନୁଗୁଳ ଗସ୍ତ ହୋଇଥିବାରୁ ଏହା ଉପରେ ରାଜନୈତିକ ସମୀକ୍ଷକଙ୍କ ନଜର ରହିଛି। ସଂଗଠନ ନେଇ ସେ କ’ଣ କହୁଛନ୍ତି ଓ ନିର୍ବାଚନ ପରିଚାଳନା କେଉଁ ଢଙ୍ଗରେ ହେବ ତା’କୁ କର୍ମକର୍ତ୍ତା ଓ କର୍ମୀ ଅପେକ୍ଷା କରି ରହିଛନ୍ତି। ସମ୍ବଲପୁର ଲୋକସଭା ଆସନ ଅଧୀନରେ ଅନୁଗୁଳ ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ ଆସୁଥିବାରୁ ଏଥିପାଇଁ କର୍ମୀ ଉତ୍ସାହିତ ଅଛନ୍ତି। ଏପଟେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button