ବିଜେପି ଆରମ୍ଭ କଲା ଏକ କୋଟି ଜନମତ ସଂଗ୍ରହ ଅଭିଯାନ – Kalinga News

[ad_1]
ଭୁବନେଶ୍ବର: ବିଜେପି ଆରମ୍ଭ କରିଛି ଏକ କୋଟି ଜନମତ ସଂଗ୍ରହ ଅଭିଯାନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆଗାମୀ ନିର୍ବାଚନ ଇସ୍ତାହାରରେ କ’ଣ ରଖିବ ବିଜେପି ସେନେଇ ଜନମତ ସଂଗ୍ରହ କରିବ ଦଳ । ରାଜ୍ୟର ଏକ କୋଟି ଲୋକଙ୍କ ପାଖକୁ ଯାଇ ବିଜେପି ସଂକଳ୍ପ ପତ୍ର ପାଇଁ ପରାମର୍ଶ ଲୋଡିବ । ପ୍ରତି ନିର୍ବାଚନମଣ୍ଡଳୀରେ ୨ଟି ଗାଡ଼ି ବୁଲିବ । ସେଥିରେ ସଂକଳ୍ପ ପତ୍ର ବାକ୍ସ ରହିବ। ଲୋକମାନେ ଗାଡ଼ି ପାଖକୁ ଆସି ମତାମତ ଦେଇପାରିବେ। ସେହିପରି ନମୋ ଆପ୍ ଜରିଆରେ ମଧ୍ୟ ପରାମର୍ଶ ଦିଆଯାଇପାରିବ । ଏହା ସହ ୯୦୯୦୯୦୨୦୨୪ ନମ୍ବରରେ କଲ କରି ଭଏସ୍ ମେସେଜ୍ ଜରିଆରେ ନିଜର ମତ ବା ପରାମର୍ଶ ଦେଇପାରିବେ ଲୋକେ।

Sambad is now on WhatsApp
Join and get latest news updates delivered to you via WhatsApp
ଚାଷୀଙ୍କ ଆୟ ୨ ଗୁଣା କିପରି କରାଯିବ? ଦାଦନ ସମସ୍ୟାର ସମାଧାନ କିପରି ହେବ? ଚିଟଫଣ୍ଡ ପ୍ରସଙ୍ଗରେ ସରକାରଙ୍କ ନୀତି କ’ଣ ରହିବା ଆବଶ୍ୟକ? ମହିଳା ସଶକ୍ତିକରଣ ପାଇଁ ଆଉ କ’ଣ ପଦକ୍ଷେପ ନେବାକୁ ହେବ? ଏହା ସହ ବିଜେପି କ୍ଷମତାକୁ ଆସିଲେ ଆଉ କ’ଣ ଜନମଙ୍ଗଳକାରୀ ଯୋଜନା କରିହେବ? ସେନେଇ ମତାମତ ଦେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।
[ad_2]