ଆଇପିଏଲ୍-୨୦୨୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬ ରନ୍ରେ ଜିତିଲା ଗୁଜରାଟ ଟାଇଟନ୍ସ – Kalinga News
[ad_1]
ଅହମଦାବାଦ୍: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୪ର ପଞ୍ଚମ ମ୍ୟାଚରେ ଗୁଜରାଟ୍ ଟାଇଟନ୍ସ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬ ରନ୍ରେ ବିଜୟୀ ହୋଇଛି। ୧୬୯ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୨ ରନ୍ କରିପାରିଛି। ଗୁଜରାଟ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୮ ରନ୍ ସଂଗ୍ରହ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମୁମ୍ବାଇ ପାଇଁ ଡେୱାଲ୍ଡ ବ୍ରେଭିସ୍ ବ୍ୟକ୍ତିଗତ ଭାବେ ୪୬ ରନ୍ ସଂଗ୍ରହ କରିଥିଲେ। ରୋହିତ ଶର୍ମା ୨୯ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ବଳରେ ୪୩ ରନ୍ କରିଥିଲେ।
ଗୁଜରାଟ ପାଇଁ ଆଜମାତୁଲ୍ଲା ଓମରାଜଇ, ଉମେଶ ଯାଦବ, ସ୍ପେନସର ଜନସନ, ମୋହିତ ଶର୍ମା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ରବିଶ୍ରୀନିବାସନ ସାଇ କିଶୋରଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।
ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁମ୍ବାଇ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଘରୋଇ ଟିମ୍ ବ୍ୟାଟିଂ କରିଥିଲା। ଗୁଜରାଟ ପାଇଁ ସାଇ ସୁଦର୍ଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ଯଶପ୍ରୀତ ବୁମରାଙ୍କ ହାତରେ ଆଉଟ୍ ହୋଇ ପାଭିଲିଅନ୍କୁ ଫେରିଯିବା ପୂର୍ବରୁ ୪୫ ରନ୍ ସଂଗ୍ରହ କରିଥିଲେ। ଏଥି ପାଇଁ ସେ ୩୯ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
ଗୁଜରାଟ୍ ପାଇଁ ଋଦ୍ଧିମାନ ଶାହ ଓ ଯୁବ ବ୍ୟାଟ୍ର ଶୁବମନ ଗିଲ୍ ପାଳି ଆରମ୍ଭ କରିଥିଲେ। ଦଳର ସ୍କୋର ୩୧ ରନ୍ରେ ମୁମ୍ବାଇର ପ୍ରଥମ ଶିକାର ହୋଇଥିଲେ ଋଦ୍ଧିମାନ। ସେ ୧୫ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୧୯ ରନ୍ କରିଥିଲେ। ଗିଲ୍ ୨୨ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୧ ରନ୍ ସଂଗ୍ରହ କରିଥିଲେ। ଆଜମାତୁଲ୍ଲା ଓମାରଜଇ ଗୋଟିଏ ଛକା ଓ ଗୋଟିଏ ଚୌକା ବଳରେ ୧୭ ରନ୍ କରିଥିବା ବେଳେ ଡେଭିଡ ମିଲରଙ୍କ ବ୍ୟାଟ୍ରୁ ୧୨ ରନ୍ ମିଳିଥିଲା। ବିଜୟ ଶଙ୍କର ଅପରାଜିତ ୬ ରନ୍ଏ ରାହୁଲ ତେୱାତିଆ ୨୨ ରନ୍ ଓ ରସିଦ୍ ଖାନ୍ ଅପରାଜିତ ୪ ରନ୍ କରିଛନ୍ତି।
[ad_2]