ଖେଳ ଖବର

ଯଦି ଅଷ୍ଟ୍ରେଲିଆଠୁ ଭାରତ ହାରିଯାଏ, କୋଚ୍ ପଦ ଛାଡିବେ କି ଗୌତମ୍

ନୂଆଦିଲ୍ଲୀ,୦୯/୧୧: କୋଚ୍ ପଦ ଛାଡିବେ କି ଗୌତମ ଗମ୍ଭୀର । ଗମ୍ଭୀରଙ୍କ ପ୍ରଶିକ୍ଷଣକୁ ନେଇ ଉଠିଛି ପ୍ରଶ୍ନ । ତାଙ୍କ ପ୍ରଶିକ୍ଷଣକୁ ନେଇ ତାଙ୍କୁ ସମାଲୋଚନା କରାଯାଉଛି । ନିଜ୍ୟୁଲାଣ୍ଡଠୁ ଭାରତ ଶୋଚନୀୟ ପରାସ୍ତ ହେବା ପରେ ଅଡୁଆରେ ପଡିଛନ୍ତି ଗୌତମ ଗମ୍ଭୀର । ଏବେ ତାଙ୍କ ଉପରେ ଖଣ୍ଡା ଝୁଲୁଛି । ଦଳର ଏପରି ନୈରାଶ୍ୟଜନକ ପ୍ରଦର୍ଶନ ନେଇ ବିସିସିଆଇ ବୈଠକ ବସିଥିଲା ।

ଏଥିରେ ବିସିସିଆଇ କୋଚ୍ ଗୌତମ ଗମ୍ଭୀର, ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଯୋଗ ଦେଇଥିଲେ । ତେବେ ଏହି ବୈଠକରେ ଗମ୍ଭୀରଙ୍କ କୋଚ ଶୈଳୀକୁ ନେଇ ପ୍ରଶ୍ନ ଉଠିଥିବା ଜଣାପଡିଛି ।

ନିଜ୍ୟୁଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପରାଜୟ ପରଠାରୁ ଟିମ୍ ଇଣ୍ଡିଆର କୋଚ୍ ଗୌତମ ଗମ୍ଭୀର, ଅଧିନାୟକ ରୋହିତ ଶର୍ମାଙ୍କୁ କିଛି ବରିଷ୍ଠ ଖେଳାଳି ସମାଲୋଚନା କରି ଆସୁଛନ୍ତି । ଖେଳାଳିଙ୍କ ପ୍ରଦର୍ଶନ ନେଇ ପ୍ରଶ୍ନ ଉଠିଛି । ଅଧିନାୟକ ଏବଂ ପ୍ରଶିକ୍ଷକଙ୍କ ଅନେକ ନିଷ୍ପତ୍ତି ଯୋଗୁଁ ସମାଲୋଚନା କରାଯାଉଛି । ବର୍ତ୍ତମାନ ଏକ ରିପୋର୍ଟ ଆସିଛି କି ଟିମ୍ ଇଣ୍ଡିଆରେ ଅଲ ଇଜ୍ ନଟ୍ ଓ୍ୱେଲ୍ ଅର୍ଥାତ କିଛି ଠିକ ନାହିଁ ।

କୋଚ୍ ଗମ୍ଭୀର ଏବଂ ଦଳର ମ୍ୟାନେଜମେଣ୍ଟର କିଛି ସଦସ୍ୟଙ୍କ ମଧ୍ୟରେ ମତାନ୍ତର ଚାଲିଥିବା ଜଣାପଡିଛି । ଅଷ୍ଟ୍ରେଲିଆ ଗସ୍ତ ପାଇଁ ମନୋନୀତ ଦଳରେ ଦୁଇଜଣ ଖେଳାଳିଙ୍କ ଚୟନ ପରେ ଘଟଣା ସାମ୍ନାକୁ ଆସିଛି । ଘରୋଇ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ୧୨ ବର୍ଷ ପରେ ଭାରତ ଏକ ଟେଷ୍ଟ ସିରିଜରେ ପରାସ୍ତ ହୋଇଥିଲା । ଏହା ପରେ ଗମ୍ଭୀରଙ୍କ କୋଚ୍ ଶୈଳୀକୁ ନେଇ ପ୍ରଶ୍ନ ଉଠିଥିଲା ।

ତେବେ ଆଗକୁ ବର୍ଡର-ଗାଭାସ୍କକ ଟ୍ରଫି ଖେଳାଯିବ । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ଭାରତ । ତେବେ ଯଦି ଭାରତ ପରାସ୍ତ ହେଉଛି ଗୌତମ ଗମ୍ଭୀର କୋଚ ପଦ ଛାଡିବେ ବୋଲି ଆଲୋଚନା ହେଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button