ହକି ବିଶ୍ବକପ୍ କଫିଟେବୁଲ୍ ବୁକ୍ ଉନ୍ମୋଚିତ – Kalinga News
[ad_1]
ଭୁବନେଶ୍ବର: ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ୨୦୨୩ ମସିହାର ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍ର କଫିଟେବୁଲ୍ ବୁକ୍ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ଦେଶର ଅଗ୍ରଣୀ କ୍ରୀଡ଼ା ପତ୍ରିକା ‘ସ୍ପୋର୍ଟସଷ୍ଟାର୍’ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ଅନେକ ହକି ସ୍ମୃ୍ତିକୁ ସାଇତି ରଖାଯିବାର ପ୍ରୟାସ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବକପ୍ର ସ୍ମରଣୀୟ ମୁହୂର୍ତ୍ତ, ଆଇକନିକ୍ ଖେଳାଳି, ପ୍ରଶଂସକଙ୍କ ଉତ୍ସାହ, ଚମତ୍କାର ଫଟୋଚିତ୍ର ଓ ବର୍ଣ୍ଣନା ଆଦି ସ୍ଥାନ ପାଇଛି। କ୍ରମାଗତ ସଂସ୍କରଣ ହକି ବିଶ୍ବକପ୍କୁ ଓଡ଼ିଶା ଆୟୋଜନ କରି ନୂଆ ପରମ୍ପରା ସୃଷ୍ଟି କରିଥିବା ବେଳେ ଭବିଷ୍ୟତ ପିଢ଼ି ପାଇଁ ଏହାର ଛାପ ଛାଡ଼ିଯାଇଛି। ଭୁବନେଶ୍ବର ଓ ରାଉରକେଲାରେ ହକି ଷ୍ଟାଡିୟମ୍ର ବୈପ୍ଳବିକ ପରିବର୍ତ୍ତନ ୨୦୨୩ ପୁରୁଷ ହକି ବିଶ୍ବକପ୍ର ଅନ୍ୟତମ ଶ୍ରେଷ୍ଠ ଉଦାହରଣ ଥିଲା। ଶୁକ୍ରବାରର ପୁସ୍ତକ ଉନ୍ମୋଚନ ଉତ୍ସବରେ ‘ସ୍ପୋର୍ଟସଷ୍ଟାର୍’ ସମ୍ପାଦକ ଆୟନ ସେନଗୁପ୍ତା, ଦ ହିନ୍ଦୁ ଗ୍ରୁପ୍ର ଉପସଭାପତି ଶ୍ରୀଧର ଆରାନାଲା, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ସଚିବ ଆର୍ ଭିନୀଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।
[ad_2]