ବାଙ୍କୀ: ଦ୍ବନ୍ଦ୍ବରେ ନାହିଁ ବିଜେଡି ଟିକେଟ୍ – Kalinga News

[ad_1]
ବିଜେପି ଓ କଂଗ୍ରେସରୁ ଦୁଇ ଦୁଇ ପ୍ରମୁଖ ଦାବିଦାର
କଟକ: ବାଙ୍କୀ ନର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ବିଧାୟକ ଦେବୀରଂଜନ ତ୍ରିପାଠୀ ପୁଣି ପ୍ରତିଦ୍ବନ୍ଦ୍ବିତା କରିବାକୁ ନେଇ କୌଣସି ପ୍ରକାର ଆଶଙ୍କା ନଥିବା କୁହାଯାଉଛି। ଏମିତିକୁ ଦେବୀ ନିର୍ବାଚନୀ ପ୍ରଚାର ଗୀତ ରେକର୍ଡିଂ କରିସାରିଲେଣି। ତେବେ ଉଭୟ କଂଗ୍ରେସ ଓ ବିଜେପି ଟିକେଟ୍ ଲବିରେ ଦୁଇ ଦୁଇ ଜଣ ପ୍ରମୁଖ ଦାବିଦାରଙ୍କୁ ଦେଖିବାକୁ ମିଳୁଛି। କଂଗ୍ରେସ ଟିକେଟ ପାଇଁ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଓ ଯୁବନେତା ସ୍ମୃତିରଞ୍ଜନ ଲେଙ୍କା ପ୍ରମୁଖ ଦାବିଦାର ରହିଛନ୍ତି। ବିଜେପିରେ ବି ଜିଲ୍ଲା ପରିଷଦ ସଭ୍ୟ ତୁଷାର ଚକ୍ରବର୍ତ୍ତୀ ଓ ବରିଷ୍ଠ ନେତା ଶୁଭ୍ରାଂଶୁମୋହନ ପାଢୀଙ୍କ ମଧ୍ୟରୁ ଦଳ କାହାକୁ ବାଛିବ, ତାକୁ ନେଇ ଆକଳନ ଜାରି ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ବାଙ୍କୀ, ବାଙ୍କୀ-ଡମପଡା ଓ ବାରଙ୍ଗ ବ୍ଲକ୍ର ୮ଟି ପଞ୍ଚାୟତକୁ ନେଇ ବାଙ୍କୀ ନିର୍ବାଚନମଣ୍ଡଳୀ ଗଠିତ। ଗଲା ୩ଟି ନିର୍ବାଚନରେ ଉଭୟ କଂଗ୍ରେସ ଓ ବିଜେପି ନିଜ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ଦୁଇଟି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଶୁଭ୍ରାଂଶୁ ମୋହନ ପାଢୀ ନିଜ ଢଙ୍ଗରେ ସାଙ୍ଗଠନିକ କାର୍ଯ୍ୟ ଜାରି ରଖି ଟିକେଟ ଲବିରେ ଅଛନ୍ତି। ଏପଟେ କଟକ ଜିଲ୍ଲାରେ ବିଜେପିର ଏକମାତ୍ର ଜିଲ୍ଲା ପରିଷଦ ସଦସ୍ୟ ଭାବେ ୨୦୨୨ ନିର୍ବାଚନରେ ଜିତି ଥିବା ତୁଷାର ଚକ୍ରବର୍ତ୍ତୀ ବି ବିଧାୟକ ଭାବେ ନିର୍ବାଚନ ଲଢିବା ଆଶାରେ ଅଛନ୍ତି।
ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ କହିବା କଥା ହେଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଙ୍କୀର ଆବାଳ ବୃଦ୍ଧବନିତାଙ୍କ ବିଭିନ୍ନ ସମସ୍ୟାକୁ ନେଇ ତାଙ୍କର ଲଢେଇ ଜାରି ରହିଛି। ସବୁବେଳେ ସେ ଲୋକଙ୍କ ସହିତ ରହିଛନ୍ତି। ଲୋକଙ୍କ ଆସ୍ଥା, ବିଶ୍ବାସ ଓ ଭରସା ରହିଛି ବୋଲି ଦେବୀ କହିଛନ୍ତି। ଅନ୍ୟପଟେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସରୁ ଟିକେଟ ମିଳିଲେ ସେ ନିଶ୍ଚିତ ଭାବେ ଜୋରଦାର ପ୍ରତିଦ୍ବନ୍ଦ୍ବିତା କରିବେ। ରାଜନୀତିରେ ସବୁକିଛି ପରିବର୍ତ୍ତନଶୀଳ, ଟିକେଟ୍ କେବଳ ଏକ ଘୋଷଣା ବୋଲି ନିର୍ବାଚନ ଲଢିବା ପ୍ରସଙ୍ଗରେ ଦେବାଶିଷ ସଂକ୍ଷେପରେ ନିଜ ମତ ରଖିଛନ୍ତି।
ଅନ୍ୟପଟେ ବିଜେପିର ଶୁଭ୍ରାଂଶୁ ପାଢୀ କହିଛନ୍ତି ସେ ଜଣେ ଶୃଙ୍ଖଳିତ ସୈନିକ ଭାବେ ଦୀର୍ଘଦିନ ଧରି ଦଳର ସମସ୍ତ କାର୍ଯ୍ୟକ୍ରମ କରି ଆସୁଛନ୍ତି। ତେଣୁ ଦଳ ନିଶ୍ଚିତଭାବେ ତାଙ୍କୁ ଟିକେଟ୍ ପ୍ରଦାନ କରିବ ବୋଲି କହିଛନ୍ତି ଶ୍ରୀ ପାଢୀ। ଏପଟେଜିଲ୍ଲାପରିଷଦ ସଦସ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ କହିଛନ୍ତି ଦଳ ଯେତେବେଳେ ଯେଉଁ କାମ ଦେଇଛି ତାହାକୁ ସେ ନିଷ୍ଠାର ସହ କରିଛନ୍ତି। ତେଣୁ ଦଳ ଟିକେଟ୍ ଦେବା କ୍ଷେତ୍ରରେ ଠିକ୍ ନିଷ୍ପତ୍ତି ନେବ ବୋଲି ତାଙ୍କର ବିଶ୍ବାସ ରହିଛି।
[ad_2]