ଅପରାଧ

ଗିରଫଦାରୀ ପ୍ରତିବାଦରେ ବିକ୍ଷୋଭ: ଅନେକଙ୍କୁ ଅଟକ ରଖିଲା ପୁଲିସ – Kalinga News

[ad_1]

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଆଜି ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ରାଜଧାନୀରେ ଆପ୍‌ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆପ୍ ନେତା ଏବଂ ସମର୍ଥକମାନେ ଆଜି ସକାଳୁ ଦିଲ୍ଲୀର ବିଜେପି ମୁଖ୍ୟାଳୟ ବାହାରେ ଓ ଅନ୍ୟ କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେତେକ ସ୍ଥାନରେ ଆପ୍‌ ସମର୍ଥକମାନେ ଆଇନ ଅମାନ୍ୟ କରିବାକୁ ପ୍ରୟାସ କରିବାରୁ ସେମାନଙ୍କୁ ପୁଲିସ ଅଟକ ରଖିଥିଲା। ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟ ଏବଂ ସୌରଭ ଭରଦ୍ୱାଜ ଦାବି କରିଥିଲେ ଯେ କେଜ୍ରିୱାଲଙ୍କ ପରିବାରକୁ ଗୃହବନ୍ଦୀ କରାଯାଇଛି ଏବଂ ଆପ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପିତାମାତାଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ଅସମର୍ଥ। ତେବେ ଏଭଳି ଅଭିଯୋଗକୁ ପୁଲିସ ପ୍ରଶାସନ ଖଣ୍ଡନ କରିଥିଲା। କେଜ୍ରିଵାଲ ଗୁରୁବାର ଇଡି ହେପାଜତରେ ରାତି ବିତାଇଥିଲେ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅରବିନ୍ଦ କେଜ୍ରିୱାଲଙ୍କ ପରିବାର ସହ ଫୋନ୍ ରେ କଥା ହୋଇଥିବା ବେଳେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କ ସହ କଥା ହୋଇଛନ୍ତି। ଏହି ମାମଲାରେ ଯଥାସମ୍ଭବ ସହାୟତା କରିବାକୁ ସେମାନେ ସୁନୀତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ବରିଷ୍ଠ ଆପ୍‌ ନେତା ଗୋପାଳ ରାୟ, ଆତିଶୀ ପ୍ରମୁଖ କେଜ୍ରିୱାଲଙ୍କ ଗିରଫ ମାମଲାରେ ଇଣ୍ଡି ମେଣ୍ଟ ନେତାଙ୍କ ସହାୟତା ଲୋଡ଼ିଛନ୍ତି। ଅନ୍ୟପକ୍ଷରେ ଅରବିନ୍ଦ କେଜ୍ରିଵାଲଙ୍କୁ ବିଜେପି ଆଜି ‘ଚୋର’ ବୋଲି କହି କଡ଼ା ସମାଲୋଚନା କରିଛି। ବିଜେପି କେଜ୍ରିୱାଲଙ୍କ ଏକ ପୁରୁଣା ଭିଡିଓ ମଧ୍ୟ ଜାରି କରିଛି, ଯେଉଁଥିରେ ସେ କହିଛନ୍ତି ଯେ ଯଦି ମନୀଷ ସିସୋଦିଆ କିମ୍ବା ତାଙ୍କ ଉପରେ ଚୋରି ଅଭିଯୋଗ ଆସେ, ତେବେ ସେମାନଙ୍କୁ ଜେଲ୍‌ ଯିବାକୁ ପଡ଼ିବ। ସିସୋଦିଆ ପୂର୍ବରୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି। ଅନ୍ୟପକ୍ଷରେ ମଦ ଦୁର୍ନୀତି ନେଇ କେଜ୍ରିୱାଲ ଓ ଅନ୍ୟ ନେତାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରହିଥିବା ନେଇ ଆଜି ଅଦାଲତରେ ଇଡିର ବୟାନ ଇଣ୍ଡି ମେଣ୍ଟ ନେତାଙ୍କ ଚିନ୍ତା ବଢ଼ାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button