ଅପରାଧ

କେଜ୍ରିୱାଲ ଅବକାରୀ ଦୁର୍ନୀତିର ମୁଖ୍ୟ ଷଡଯନ୍ତ୍ରକାରୀ, ୧୦୦ କୋଟି ଟଙ୍କା ଲାଞ୍ଚ ମାଗିଥିଲେ: ଇଡି – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଅନ୍ୟ ମନ୍ତ୍ରୀ ଓ ଆପ୍‌ ନେତାଙ୍କ ସହ ଅବକାରୀ ଦୁର୍ନୀତି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର କୋର୍ଟଙ୍କୁ କହିବା ସହ କେଜ୍ରିଓ୍ଵାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କ ଅନୁମତି ମାଗିଛି।

ରାଉଜ୍‌ ଆଭେନ୍ୟୁ କୋର୍ଟରେ ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜାଙ୍କୁ ଇଡି କହିଛି ଯେ କେଜ୍ରିୱାଲ ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ପ୍ରସ୍ତୁତ କରିବା ଏବଂ କାର୍ଯ୍ୟକାରୀ କରିବା ପାଇଁ ‘ସାଉଥ୍‌ ଗ୍ରୁପ୍‌’ ଠାରୁ କୋଟି କୋଟି ଟଙ୍କା ଲାଞ୍ଚ ଆକାରରେ ପାଇଥିଲେ।

ପଞ୍ଜାବ ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ସେ ‘ସାଉଥ୍‌ ଗ୍ରୁପ୍‌’ର କିଛି ଅଭିଯୁକ୍ତଙ୍କ ଠାରୁ ୧୦୦ କୋଟି ଟଙ୍କା ମାଗିଥିଲେ ବୋଲି ଏଜେନ୍‌ସି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍‌ଜି) ଏସ୍‌ ଭି ରାଜୁ କୋର୍ଟଙ୍କୁ କହିଛନ୍ତି। ଏଏସ୍‌ଜି କହିଛନ୍ତି ଯେ ଟଙ୍କା ଟ୍ରେଲରୁ ଜଣାପଡିଛି ଯେ ଗୋଆ ନିର୍ବାଚନରେ ବ୍ୟବହୃତ ହୋଇଥିବା ୪୫ କୋଟି ଟଙ୍କାର ଲାଞ୍ଚ ଚାରିଟି ହାୱାଲା ମାର୍ଗରୁ ଆସିଛି। ଅଭିଯୁକ୍ତ ଓ ସାକ୍ଷୀଙ୍କ ବୟାନକୁ କଲ୍‌ ଡିଟେଲ୍‌ ରେକର୍ଡ (ସିଡିଆର) ଦ୍ୱାରା ପ୍ରମାଣିତ କରାଯାଇଛି।

ଅପରାହ୍ନ ପ୍ରାୟ ୨ଟା ବେଳେ ଗିରଫ ଆପ୍‌ ମୁଖ୍ୟ େକେଜ୍ରିଓ୍ଵାଙ୍କୁ କୋର୍ଟ ପରିସର ଓ ଆଖପାଖରେ କଡ଼ା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା। ଏଏସଜି ରାଜୁ କୋର୍ଟଙ୍କୁ କହିଛନ୍ତି, ଆମେ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛୁ।

ସେ କହିଛନ୍ତି ଯେ ଆପ୍‌ କୌଣସି ବ୍ୟକ୍ତି ନୁହଁ ବରଂ ଏକ କମ୍ପାନି ଏବଂ କମ୍ପାନିର ଆଚରଣ ପାଇଁ ଦାୟୀ ପ୍ରତ୍ୟେକ ବ୍ୟକ୍ତି ଦାୟୀ ରହିବେ। କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ମାମଲା ପରିଚାଳନା କରୁଛନ୍ତି।

ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ବିରୋଧରେ କରିଥିବା ଆବେଦନକୁ ସୁପ୍ରିମକୋର୍ଟରୁ ପ୍ରତ୍ୟାହାର କରିବାର କିଛି ସମୟ ପରେ କେଜ୍ରିୱାଲଙ୍କୁ ନିମ୍ନ ଅଦାଲତରେ ହାଜର କରା ଯାଇଥିଲା।

କେଜ୍ରିୱାଲଙ୍କ ଓକିଲ କହିଛନ୍ତି ଯେ ସେ ନିମ୍ନ ଅଦାଲତରେ ରିମାଣ୍ଡ ପ୍ରକ୍ରିୟା ବିରୋଧରେ ଲଢ଼ିବେ ଏବଂ ପରେ ଆଉ ଏକ ପିଟିସନ ସହିତ ସର୍ବୋଚ୍ଚ ଅଦାଲତକୁ ଫେରିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button