ହାତ ଧରିପକାଇଲା ଦୋସା ଦେବାକୁ ଆସିଥିବା ଡେଲିଭରୀ ବଏ, ତାୱାରେ ପିଟିଲେ ଯୁବତୀ – Kalinga News

[ad_1]
ବେଙ୍ଗାଲୁରୁ: ହାତ ଧରିପକାଇଲା ଦୋସା ଦେବାକୁ ଯାଇଥିବା ଡେଲିଭରୀ ବଏ। ତାୱାରେ ପିଟିଲେ ଯୁବତୀ। ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା। ସପ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିବା ପୀଡ଼ିତା ଖାଦ୍ୟ ବିତରଣକାରୀ ଆପରୁ ଦୋସା ଅର୍ଡର କରିଥିଲେ। ଦୋସା ନେଇ ଆସିଥିବା ଡେଲିଭରୀ ବଏ ଶୌଚାଳୟ ଯିବ ବୋଲି କହି ଘର ଭିତରକୁ ଆସିବା ପରେ ପୀଡ଼ିତାଙ୍କ ସହ ଅସଦାଚରଣ କରିଥିବା ଜଣାପଡ଼ିଛି। ଡେଲିଭରୀ ବଏଜଣକ ମୁହଁରେ ମାସ୍କ ପିନ୍ଧିଥିବାରୁ ପୀଡ଼ିତା ତାଙ୍କ ମୁହଁ ଦେଖିପାରିନଥିବା କୁହାଯାଉଛି।

Sambad is now on WhatsApp
Join and get latest news updates delivered to you via WhatsApp
ପୀଡ଼ିତାଙ୍କ କହିବା ମୁତବକ, ବିବେକ ଦୃଷ୍ଟିରୁ ଦୋସା ନେଇ ଆସିଥିବା ଡେଲିଭରୀ ବଏଙ୍କୁ ପାଣି ଦରକାର କି ବୋଲି ମୁଁ ପଚାରିଥିଲି। ସେ ପାଣି ମାଗିବାରୁ ମୁଁ ତାଙ୍କୁ ପାଣି ଆଣି ଦେଇଥିଲି। ପାଣି ପିଇ ସେ ଚାଲିଯିବା ପରେ ମୁଁ ଖାଇବାକୁ ବସିଥିଲି। କିଛି ସମୟ ପରେ ପୁଣି କେହି ଜଣେ କବାଟ ବାଡାଇବାରୁ ମୁଁ ବାହାରକୁ ଯାଇଥିଲି। କବାଟ ଖୋଲିବା ପରେ ଡେଲିଭରୀ ବଏଙ୍କୁ ବାହାରେ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ପୁଣି କାହିଁକି ଆସିଲ ବୋଲି ପଚାରିବାରୁ ମୁଁ ଶୌଚାଳୟ ଯାଇପାରିବି କି ବୋଲି ସେ ମୋତେ ପଚାରିଥିଲେ। ମୁଁ ତାଙ୍କୁ ଶୌଚାଳୟ ଦେଖାଇବା ପରେ ସେ ଶୌଚାଳୟ ଯାଇଥିଲା। ବାହାରକୁ ଆସିବା ପରେ ମୁଁ ତାଙ୍କୁ ଯିବାକୁ କହିଥିଲି। ହେଲେ ସେ ପୁଣି ମୋତେ ପାଣି ମାଗିଥିଲେ। ମୁଁ ପାଣି ଆଣିବାକୁ ରୋଷେଇ ଘରକୁ ଯିବା ପରେ ସେ ମୋ ପଛେ ପଛେ ଯାଇ ମୋ ହାତ ଧରି ପକାଇଥିଲେ। ହାତ ଛାଡ଼ ବୋଲି କହିବା ପରେ ବି ସେ ମୋ ହାତ ନଛାଡ଼ିବାରୁ ମୁଁ ତାଙ୍କୁ ତାୱାରେ ପିଟିବା ଆରମ୍ଭ କରିଥିଲି। ଏହା ପରେ ସେ ଘର ବାହାରକୁ ଦୌଡ଼ି ପଳାଇଥିଲେ।
[ad_2]