ଖେଳ ଖବର

ମତେ କିଙ୍ଗ୍ ଡାକନ୍ତୁ ନାହିଁ, ଲାଗୁଛି ଲାଜ: ଅନୁରୋଧ କଲେ ବିରାଟ – Kalinga News

[ad_1]

ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ପକ୍ଷରୁ କର୍ଣ୍ଣାଟକର ବେଙ୍ଗାଲୁରୁର ଚେନ୍ନାସ୍ବାମୀ ଷ୍ଟାଡିୟମରେ ଦଳର ଅନବକ୍ସ ଇଭେଣ୍ଟ ଅଯୋଜନ କରାଯାଇଥିଲା। ଏହି ଅବସରରେ କେତେକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଟିମ୍ ର ନାମରେ ବାଙ୍ଗାଲୋର ବଦଳରେ ବେଙ୍ଗାଲୁରୁ ଯୋଡ଼ା ଯିବା ପାଇଁ ଘୋଷଣା କରା ଯାଇଥିଲା। ଏହା ସହିତ ଜର୍ସିରେ ନୀଳ ରଙ୍ଗ ସାମିଲ କରାଯାଇଥିଲା। ଏହି ଇଭେଣ୍ଟରେ ଉପସ୍ଥିତ ଥିବା ଟିମ୍ ଇଣ୍ଡିଆର ରନ୍ ମେସିନ ବିରାଟ କୋହଲି ନିଜ ନାମକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ମ‌ତେ କିଙ୍ଗ୍ ନାମରେ ଡକାଯିବା ଠିକ୍ ନୁହେଁ। ଏହା ଦ୍ବାରା ମ‌ତେ ଲାଜ ଲାଗୁଛି।

ପ୍ରକୃତ ପକ୍ଷେ ବିରାଟଙ୍କ ନାମରେ ବହୁ ରେକର୍ଡ ରହିଥିବାବେଳେ ପ୍ରଶଂସକ ତାଙ୍କୁ କିଙ୍ଗ୍ ର ଉପନାମ ଦେଇଛନ୍ତି। ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କୁ କିଙ୍ଗ୍ ଭାବେ ଡକାଯାଉଛି। କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଭଗବାନ କୁହାଯାଉଥିବାବେଳେ ବିରାଟଙ୍କୁ ପ୍ରଶଂସକ କିଙ୍ଗ୍ କହିଥାନ୍ତି।
ଅନବକ୍ସ ଇଭେଣ୍ଟରରେ ଦାନିସ ସୈତ ବିରାଟଙ୍କୁ ପଚାରିଥିଲେ କିଙ୍ଗ୍ କିପରି ଅନୁଭବ କରୁଛନ୍ତି ? ବିରାଟ ଉତ୍ତର ଦେଇଥିଲେ ପୁଣି ଫେରି ଆସିଥିବାରୁ ଭଲ ଲାଗୁଛି। ଏହା ସହିତ କହିଥିଲେ ପ୍ରଥମେ ମତେ କିଙ୍ଗ୍ ଡାକିବା ବନ୍ଦ କରନ୍ତୁ। ମତେ ଏନେଇ ଲାଜ ଲାଗୁଛି। ପ୍ରତିବର୍ଷ ପ୍ରତି ସିଜିନ୍ ରେ ମତେ ଏହି ନାମରେ ଡକାଯାଉଛି। ମତେ ବିରାଟ ଭାବେ ଡାକନ୍ତୁ ବୋଲି ସେ କହିଥିଲେ। ଏବେ ବିରାଟଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button