ଏକ ପ୍ରକାର ପୋଷାକ ଧାରଣ କରୁଥିବା ଦେଶ

ଦୁନିଆରେ ଅନେକ ଦେଶ ଅଛି ଯାହା ନିଜର ସ୍ୱତନ୍ତ୍ର ପରିଚୟ ପାଇଁ ପ୍ରସିଦ୍ଧ ଲାଭ କରିଥାଏ । ଅନେକ ଦେଶ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ଅନ୍ୟ କିଛିସ୍ଥାନ ନିଜର ସଂସ୍କୃତି ଓ ନାଗରିକଙ୍କ ଜୀବନ ଶୈଳିକୁ ନେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ । ସେହିପରି ଏକ ଦେଶ ହେଉଛି ମାଡାଗାସ୍କର ଯାହା ବିଶ୍ୱର ଚତୁର୍ଥ ବୃହତ୍ତମ ଦ୍ୱୀପ ଅଟେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦେଶର ପ୍ରତ୍ୟେକ ଲୋକ ଏକ ପ୍ରକାର ପୋଷାକ ଧାରଣ କରୁଥିବାରୁ ପ୍ରସିଦ୍ଧି ଲାଭ କରିଛି ।
ମାଡାଗାସ୍କରର ପୂରା ନାମ ହେଉଛି ରିପବ୍ଲିକ୍ ଅଫ ମାଡାଗାସ୍କର, ଏହା ଆଫ୍ରୀକାର ଦକ୍ଷିଣ ଉପକୂଳରେ ଭାରତ ମହାସାଗର ମଧ୍ୟରେ ଏକ ଦ୍ୱୀପଦେଶ ଭାବେ ପରିଚିତ । ଏଠାରେ ବସବାସ କରୁଥିବା ଲୋକମାନେ ବ୍ରୁନେଇ ଦ୍ୱୀପରୁ ଆସିଥିଲେ । ଯାହା ବର୍ତ୍ତମାନର ବ୍ରୁନେଇ, ଇଣ୍ଡୋନେସିଆ ଓ ମାଲେସିଆ ମଧ୍ୟରେ ବିଭକ୍ତ ହୋଇଛି ।
ମାଡାଗାସ୍କର ନାଗରିକମାନେ ଏକ ଭିନ୍ନ ଧରଣର ପୋଷାକ ପରିଧାନ କରିଥାନ୍ତି । ସେଠାରେ ଥିବା ଆବାଳ ବୃଦ୍ଧବନିତା (ପ୍ରତ୍ୟେକ ଲୋକ) ଏକ ପ୍ରକାର ପୋଷାକ ପରିଧାନ କରିଥାନ୍ତି । ଏହି ପୋଷାକକୁ ସେଠାକାର ସ୍ଥାନୀୟ ଭାଷାରେ ‘ଲମ୍ବା’ କୁହାଯାଏ । ଲମ୍ବାକୁ ମୃତକଙ୍କ ‘କଫନ୍’ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହା ‘କଫ’ ନାମରେ ପରିଚିତ ହୋଇଥାଏ ।
ଏଠାରେ ଥିବା ଭିନ୍ନରଙ୍ଗର ମାଟି ପାଇଁ ମାଡାଗାସ୍କର ‘ରେଡ ଦ୍ୱୀପ’ ନାମରେ ମଧ୍ୟ ପରିଚିତ ଅଟେ । ଏହି ଦ୍ୱୀପରେ ଅନେକ ପ୍ରଜାତିର ଔଷଧିୟ ଉଭିଦ ଦେଖିବାକୁ ମିଳିଥାଏ । ଯାହା ହର୍ବାଲ ଔଷଧରେ ବ୍ୟବହୃତ ହୋଇଥାଏ । ପ୍ରାକୃତିକ କ୍ଷେତ୍ରରେ ମାଡାଗାସ୍କର ଧନୀ ହୋଇଥିଲେ ମଧ୍ୟ ଏହା ଆଫ୍ରିକାର ସବୁଠାରୁ ଗରୀବ ଦେଶ ଅଟେ । ଏଠାକାର ଲୋକମାନେ ମାଲାଗାସୀ ଓ ଫରାସୀ ଭାଷା କହିଥାନ୍ତି ।