ଜ୍ୟୋତିଷ

ଅଭାବ ଅନାଟନରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହିସବୁ ଉପାୟ

ମଣିଷ ଯେତେ ଉପାର୍ଜନ କଲେ ବି ସବୁବେଳେ ଧନର ଅଭାବ ଓ ଚିନ୍ତା ତାକୁ ଶାନ୍ତିରେ ରହିବାକୁ ଦିଏ ନାହିଁ । ବିଶେଷତଃ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କଠାରୁ ବହୁ ସମୟରେ ଏହି ଅଭିଯୋଗ ଶୁଣିବାକୁ ମିଳିଥାଏ । ଯେତେ ରୋଜଗାର କଲେବି ଅଣ୍ଟୁନି, ସବୁ କୁଆଡେ ଖର୍ଚ୍ଚ ହୋଇଯାଉଚି । ଟଙ୍କାଟିଏ ବି ରହୁନି । ଏପରି ଅନେକ କଥା । ଅଭାବ ଭିତରେ ମଣିଷ ବେଳେବେଳ ନିଜକୁ ଅସହାୟ ଅନୁଭବ କରିଥାଏ ।

ଏହାର କିଛି ସରଳ ପ୍ରତିକାର ବିଷୟରେ ଆସନ୍ତୁ ଜାଣିବା । କଣ କଲେ ଅଭାବରୁ ମିଳିପାରିବ ମୁକ୍ତି? ମା ଲକ୍ଷ୍ମୀ ଗୃହରେ ଅବସ୍ଥାନ କରିବେ । ଘରେ ଥିବା ନକରାତ୍ମକ ଶକ୍ତି ଦୂରେଇ ଯିବ ଓ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ଶ୍ରୀଗଣେଶଙ୍କ ମୂର୍ତ୍ତି ବା ଫଟୋ : ଶ୍ରୀଗଣେଶ ହେଉଛନ୍ତି ବିଘ୍ନବିନାଶକ ଓ ସିଦ୍ଧିଦାତା । ଯେକୌଣସି ପୂଜାରେ ତାଙ୍କୁ ପ୍ରଥମେ ପୂଜା କରାଯାଇଥାଏ । ପୁରାଣ ଅନୁସାରେ ଗଣେଶ ଶ୍ରେଷ୍ଠ ଦେବତା ଓ ଅଗ୍ରପୂଜ୍ୟ । ଏଣୁ ଘରର ଦୁଆର ମୁହଁରେ ବା କବାଟ ଉପରେ ଗଣେଶଙ୍କର ଫଟୋ ବା ମୂର୍ତ୍ତି ଟିଏ ରଖନ୍ତୁ । ପ୍ରତିଦିନ ସକାଳୁ ମୁଣ୍ଡିଆ ମାରନ୍ତୁ । ପୂଜା କଲାବେଳେ ଗଣେଶଙ୍କୁ ଦୁବ, ସିନ୍ଦୂର ଓ ଚନ୍ଦନ ଦ୍ୱାରା ପୂଜା କଲେ ଘର ଧନଧାନ୍ୟରେ ପୁରି ଉଠିଥାଏ ।

କଉଡି : କଉଡି ପୂଜା ସ୍ଥାନରେ ରଖିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହାକୁ ହଳଦିଆ ବସ୍ତ୍ରରେ ବାନ୍ଧି ପୂଜାସ୍ଥାନରେ ରଖି ପୁଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ପା୍ରପ୍ତ ହୋଇଥାଏ । ତେଣୁ ମାର୍ଗଶୀର ମାସରେ ମାଣ ଉପରେ କଉଡି ରଖି ପୂଜା କରାଯାଇଥାଏ ।

ଦକ୍ଷିଣାବର୍ତ୍ତୀ ଶଙ୍ଖ : ଦକ୍ଷିଣାବର୍ତ୍ତୀ ଶଙ୍ଖ ଖୁବ ଶୁଭ ହୋଇଥାଏ । ଏହା ନାରାୟଣୀ ରୂପରେ ମା ମହାଲକ୍ଷ୍ମୀ ଧାରଣ କରିଥାନ୍ତି । ଶଙ୍ଖ ଧ୍ୱନିରେ ଘରର ରିଷ୍ଟ ଖଣ୍ଡନ ହୋଇଥାଏ ଓ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପରିବାର ଉପରେ ପଡିଥାଏ । ତେଣୁ ଘରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖନ୍ତୁ ଓ ପୂଜା କଲା ବେଳେ ଶଙ୍ଖନାଦ କରନ୍ତୁ ।

ବଂଶୀ : ଘରେ ବଂଶୀ ରଖିବା ଦ୍ୱାରା ମଧ୍ୟ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ବଂଶୀ ଭଗବାନ କୃଷ୍ଣଙ୍କ ପି୍ରୟ ହୋଇଥିବାରୁ ଏହାକୁ ମା ଲକ୍ଷ୍ମୀଙ୍କ ଅଂଶ ବୋଲି ମଧ୍ୟ କୁହାଯାଇଥାଏ । ଏହା ମନରେ ସକରାତ୍ମକ ଶକ୍ତିକୁ ସକ୍ରିୟ କରିଥାଏ । ଏହାକୁ ରେଶମି ଡୋରରେ ବାନ୍ଧି ରଖିଲେ ଘରର ମଙ୍ଗଳ ହୋଇଥାଏ । ପୂଜାଘରେ ରୂପାର ବଂଶୀଟିଏ ରଖିଲେ ବହୁତ ଶୁଭ ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରବିତ୍ତ ମତ ଦେଇଥାନ୍ତି ।

କର୍ପୂର : ପ୍ରତିଦିନ ଠାକୁର ପୂଜା ପରେ ଗୃହଦେବତାଙ୍କ ପାଖରେ କର୍ପୂର ଆଳତି କରିବେ । ଆଳତି କରିସାରିବା ପରେ ଏହାକୁ ଗୃହର ମଝିରେ କିଛି ସମୟ ପାଇଁ ରଖି ଦେବେ । ଏହିପରି କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହାଛଡା ଗୋଟିଏ ପାତ୍ରରେ କିଛି କର୍ପୂର ନେଇ ଘରର ଏକ କୋଣରେ ରଖି ସେଥିରେ ଗୋଟିଏ ଲବଙ୍ଗ ରଖି ଜାଳିବା ଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button