ଜ୍ୟୋତିଷ
ଅଭାବ ଅନାଟନରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହିସବୁ ଉପାୟ


କଉଡି : କଉଡି ପୂଜା ସ୍ଥାନରେ ରଖିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହାକୁ ହଳଦିଆ ବସ୍ତ୍ରରେ ବାନ୍ଧି ପୂଜାସ୍ଥାନରେ ରଖି ପୁଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ପା୍ରପ୍ତ ହୋଇଥାଏ । ତେଣୁ ମାର୍ଗଶୀର ମାସରେ ମାଣ ଉପରେ କଉଡି ରଖି ପୂଜା କରାଯାଇଥାଏ ।
ଦକ୍ଷିଣାବର୍ତ୍ତୀ ଶଙ୍ଖ : ଦକ୍ଷିଣାବର୍ତ୍ତୀ ଶଙ୍ଖ ଖୁବ ଶୁଭ ହୋଇଥାଏ । ଏହା ନାରାୟଣୀ ରୂପରେ ମା ମହାଲକ୍ଷ୍ମୀ ଧାରଣ କରିଥାନ୍ତି । ଶଙ୍ଖ ଧ୍ୱନିରେ ଘରର ରିଷ୍ଟ ଖଣ୍ଡନ ହୋଇଥାଏ ଓ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପରିବାର ଉପରେ ପଡିଥାଏ । ତେଣୁ ଘରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖନ୍ତୁ ଓ ପୂଜା କଲା ବେଳେ ଶଙ୍ଖନାଦ କରନ୍ତୁ ।
ବଂଶୀ : ଘରେ ବଂଶୀ ରଖିବା ଦ୍ୱାରା ମଧ୍ୟ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ବଂଶୀ ଭଗବାନ କୃଷ୍ଣଙ୍କ ପି୍ରୟ ହୋଇଥିବାରୁ ଏହାକୁ ମା ଲକ୍ଷ୍ମୀଙ୍କ ଅଂଶ ବୋଲି ମଧ୍ୟ କୁହାଯାଇଥାଏ । ଏହା ମନରେ ସକରାତ୍ମକ ଶକ୍ତିକୁ ସକ୍ରିୟ କରିଥାଏ । ଏହାକୁ ରେଶମି ଡୋରରେ ବାନ୍ଧି ରଖିଲେ ଘରର ମଙ୍ଗଳ ହୋଇଥାଏ । ପୂଜାଘରେ ରୂପାର ବଂଶୀଟିଏ ରଖିଲେ ବହୁତ ଶୁଭ ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରବିତ୍ତ ମତ ଦେଇଥାନ୍ତି ।
କର୍ପୂର : ପ୍ରତିଦିନ ଠାକୁର ପୂଜା ପରେ ଗୃହଦେବତାଙ୍କ ପାଖରେ କର୍ପୂର ଆଳତି କରିବେ । ଆଳତି କରିସାରିବା ପରେ ଏହାକୁ ଗୃହର ମଝିରେ କିଛି ସମୟ ପାଇଁ ରଖି ଦେବେ । ଏହିପରି କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହାଛଡା ଗୋଟିଏ ପାତ୍ରରେ କିଛି କର୍ପୂର ନେଇ ଘରର ଏକ କୋଣରେ ରଖି ସେଥିରେ ଗୋଟିଏ ଲବଙ୍ଗ ରଖି ଜାଳିବା ଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।