ସ୍ୱାସ୍ଥ୍ୟ

ଉପକାରୀ କ୍ରାନବେରି

ବର୍ଷାଦିନେ ପ୍ରଚୁର ପରିମାଣରେ କ୍ରାନବେରି ମିଳିଥାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଥାଏ । ଯାହା ଆମ ଶରୀରରେ ରକ୍ତର ସ୍ୱଳ୍ପତା ପୁରା କରିଥାଏ । କ୍ରାନବେରି ଜୁସ୍କୁ ଖୁବ୍ କମ୍ ଲୋକ ପିଇ ଥାଆନ୍ତି । କିନ୍ତୁ ଏହା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ରକ୍ତହୀନତା ଥିଲେ ଏହା ରାମବାଣର କାମ କରିଥାଏ । ଥକ୍କାପଣ ଓ ଦୁର୍ବଳତା ଦୂର କରିଥାଏ । ସେଥିପାଇଁ ପ୍ରତ୍ୟେକ ଦିନ ଡାଏଟରେ ଏହି ଜୁସ୍ ସାମିଲ କରିବା ଉଚିତ୍ । ମହିଳାମାନଙ୍କ ପାଇଁ ତ ଏହା ସବୁ ଦୃଷ୍ଟିରୁ ଉପକାରୀ ।

CRAN BERRY 2ମୂତ୍ର ସମସ୍ୟାରୁ ମୁକ୍ତି ଦେଇଥାଏ
ଏହି ଜୁସ ସେବନ କରିବା ଦ୍ୱାରା ପାଚନ ସମସ୍ୟା ଓ ମୂତ୍ର ସମ୍ବନ୍ଧୀୟ ରୋଗ ମଧ୍ୟ ଭଲ ହୋଇଥାଏ । କ୍ରାନବେରି ଜୁସରେ ଥିବା ପ୍ରୋଏନ୍ଥୋସାୟନେଣ୍ଡିସ୍ ବ୍ଲାଡର କାନ୍ଥରେ ବ୍ୟାକ୍ଟେରିଆ ଓ କୋଶିକାଗୁଡ଼ିକୁ ମିଶିବାକୁ ଦେଇନଥାଏ । ମୂତ୍ରନଳୀ ଦେଇ ଖରାପ ବ୍ୟାକ୍ଟେରିଆକୁ ବାହାରକୁ କରିବାରେ ସାହାଯ୍ୟ କରିଥାଏ ।

CRAN BERRY 5ଡାଇବେଟିସ୍ ଓ ହୃଦରୋଗୀଙ୍କ ପାଇଁ ଉପକାରୀ
କ୍ରାନବେରି ଜୁସ୍ ଡାଇବେଟିସ୍ ଓ ହୃଦରୋଗରୁ ରକ୍ଷା କରିଥାଏ । କୋଲେଷ୍ଟ୍ରଲ ସ୍ତର ହ୍ରାସ କରି ହୃଦୟ ସମ୍ବନ୍ଧିତ ରୋଗରୁ ରକ୍ଷା କରିଥାଏ । କ୍ରାନବେରିରେ ଥିବା ପଲଫିନଲ ଆମ ଶରୀରକୁ ରୋଗରୁ ରକ୍ଷା କରିଥାଏ । ପ୍ରତିଦିନ ୨ ଗ୍ଲାସ୍ ଲୋ କ୍ୟାଲୋରି ଜୁସ୍ ପିଇବା ଦ୍ୱାରା ହୃଦୟ ରୋଗ ଆଶଙ୍କା ୧୦ ପ୍ରତିଶତ କମ୍ ହୋଇଥାଏ ।

Cranberries
Cranberries. (Robin Lubbock/WBUR)

ଦନ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ
କ୍ରାନବେରି ଜୁସ୍ ଦନ୍ତ ଦୁର୍ଗନ୍ଧରୁ ରକ୍ଷା କରିଥାଏ । ଏହି ଜୁସ୍ ଅତ୍ୟଧିକ ମିଠା ଥିବାରୁ ଏହାକୁ କେବଳ ଏକ ଗ୍ଲାସ୍ ହିଁ ପିଇପାରିବେ ।

CRAN BERRY 4
ମହିଳାଙ୍କ ପାଇଁ ଅମୃତ
କ୍ରାନବେରି ଜୁସ୍ ପ୍ରତିଦିନ ସେବନ କରିବା ଦ୍ୱାରା ସ୍ତନ କର୍କଟରୁ ରକ୍ଷା ପାଇପାରିବେ । ଏଥିରେ କମ୍ କ୍ୟାଲୋରୀ ଥିବା କାରଣରୁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତିି ବଢ଼ାଇଥାଏ । ରକ୍ତଚାପ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତ୍ୱଚୁା କୁଞ୍ଚନ କମ୍ କରିବାରେ ସାହାଯ୍ୟ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button