ସ୍ୱାସ୍ଥ୍ୟ ପାଇଁ ଆମେ କେତେ ସଚେତନ ?

ସ୍ୱାସ୍ଥ୍ୟ ପାଇଁ ସମସ୍ତେ ସଚେତନ । କିଏ ଜିମ ଯାଉଛି ତ ଆଉ କିଏ ବ୍ୟାୟମ କରି ନିଜକୁ ସୁସ୍ଥ ରଖୁଛି । ଆଉ ଆମେ ଯେତେବେଳେ ଖାଇବା ଉପରେ ଧ୍ୟାନ ଦେଇଥାଉ ସେତେବେଳେ ଫଳକୁ ପ୍ରାଧାନ୍ୟ ଦେଇଥାଉ । ଫଳକୁ କିଣିଲା ବେଳେ ମଧ୍ୟ ସେଥିରେ ଆମେ ଲାଗିଥିବା ଷ୍ଟକ୍ର ମଧ୍ୟ ଦେଖିବାକୁ ଭୁଲିନଥାଉ । ଆମେ ମାନେ ଏହା ମଧ୍ୟ ଭାବିଥାଉ ଯେ ଷ୍ଟିକର ଲାଗିଥିବା ଫଳ ତାଜା ଓ ସତେଜ ହୋଇଥାଏ । ଆଉ ଗ୍ରାହକଙ୍କ ଏଭଳି ଚିନ୍ତାଧାରା ମଧ୍ୟ ଫଳ ବ୍ୟବସାୟୀ ମଧ୍ୟ ଫାଇଦା ଉଠାଇଥାଏ । ଷ୍ଟିକର ଲଗା ଫଲ ମଧ୍ୟ ଚଢାଦରରେ ମଧ୍ୟ ବ୍ୟାପାରି ବିକ୍ରି କରିଥାଆନ୍ତି । ଏଠି ମଧ୍ୟ କହିରଖୁଛୁ ଆମେ ଏଫଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ବିଶେଷଂଗ୍ୟମାନେ ମଧ୍ୟ ଏଷ୍ଟିକର ଲଗାଫଳକୁ ମଧ୍ୟ କ୍ଷତିକାରକ ବୋଲି କହିଛନ୍ତି । ବଜାରରେ ସତେଜ ଦିଶୁଥିବା ଫଳ ପ୍ରକୃତରେ ସେତିକି ସହଜ ନୁହେଁ ଯେତିକି ବିଷାକ୍ତ ବିଶେଷକରି ଏମିତି ଅନେକ ଫଳ ବିକ୍ରି ହେଉଛି ଯାହା କୃତ୍ରିମ ଭାବେ ବିଭିନ୍ନ ରାସାୟନିକ ଦିଆଯାଇ ଫଲକୁ ପାକଳ କରାଯାଇଥାଏ । ଏହାକୁ ଖାଇବା ଦ୍ୱାରା ସାଧାରଣ ବ୍ୟକ୍ତି ମଧ୍ୟ ଅସୁସ୍ଥ ହେବାର ସମ୍ଭାବନା ଥାଏ । ଏମିତି ଆମେ କହୁନୁ ବିଶେଷଂଗ୍ୟ ମାନେ ମତ ଦେଇଛନ୍ତି । ସେଥିଲାଗି ବିଭିନ୍ନ ଫଳ ଦୋକାନରେ ଯେତିକି ଫଳ ରହିଥାଏ ସେତିକି ବିଭିନ୍ନ ପ୍ରକାର ରଙ୍ଗ ଓ କଲର ବ୍ୟବହାର ହୋଇଥାଏ ଫଳକୁ ତଟକା ରଖିବା ପାଇଁ ଶିଘ୍ର ପାଚିବା ପାଇଁ ମଧ୍ୟ ରସାୟନିକ ସାର ବ୍ୟବହାର ହୋଇଥାଏ । ତେଣୁ ସଚେତନ ହେବା ସହ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ ହୋଇଥାଏ ।